Home Breaking News / ତାଜା ଖବର ସୁକିନ୍ଦା ତହସିଲଦାରଙ୍କୁ ମହଙ୍ଗା ପଡିଲା ନାଗିନ୍ ଡ୍ୟାନ୍ସ, ଜିଲ୍ଲାପାଳ ସସପେଣ୍ଡ କଲେ

ସୁକିନ୍ଦା ତହସିଲଦାରଙ୍କୁ ମହଙ୍ଗା ପଡିଲା ନାଗିନ୍ ଡ୍ୟାନ୍ସ, ଜିଲ୍ଲାପାଳ ସସପେଣ୍ଡ କଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କିଛି ଦିନ ତଳେ ସୋସିଆଲ ମିଡିଆରେ ଗୋଟିଏ ବାହାଘର ନାଚ ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଏହି ଭିଡିଓ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି । ଭିଡିଓରେ ନାଚୁଥିବା ମହିଳା ଜଣକ ଥିଲେ ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା । ଏହି ଘଟଣା ଚର୍ଚାର ବିଷୟ ହେବା ପରେ ତାଙ୍କ ଠାରୁ କାରଣ ମଗାଯାଇଥିଲା । ଏହାକୁ ନେଇ ଯାଜପୁର ଜିଲ୍ଲାପାଳ ତାଙ୍କୁ ସସପେଣ୍ଡ୍ କରିଛନ୍ତି ।
ଗତ ମେ ୨୧ରେ ତହସିଲଦାର ବେହେରା ନିଜ ଭାଇ ବାହାଘର ପାଇଁ ବରଯାତ୍ରୀ ସହ ଜଗତସିଂହପୁର ଜିଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁକୁ ଯାଇଥିଲେ। ଜଣେ ରାଜସ୍ବ ଅଧିକାରୀ ହୋଇ ବି କରୋନା ଆଇନକୁ ଉଲ୍ଲଂଘନ କରି ଶତାଧିକ ଲୋକଙ୍କ ସମାଗମରେ ନୃତ୍ୟ ପ୍ରଦର୍ଶନ କରିଥିବା ଲୋକେ ଅଭିଯୋଗ କରିଥିଲେ ଓ ଭିଡିଓ ଭାଇରାଲ ହୋଇଥିଲା ।ଜଣେ ସରକାରୀ ଅଧିକାରୀ ମାସ୍କ ମଧ୍ୟ ନ ପିନ୍ଧି କରୋନା କଟକଣାକୁ ଫୁ କରି ନୃତ୍ୟ ପରିବେଷଣ କରିବାକୁ ନେଇ ଲୋକେ ଖୁବ୍ ସମାଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଲିଖିତ ଅଭିଯୋଗ କ୍ରମେ ଜଗତସିଂହପୁର ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହାସହ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଭାଇ ବାହାଘରରେ କରୋନା ନିୟମ ଉଲଂଘନ କରି ନାଚ କରିଥିବା ମହିଳା ତହସିଲଦାରଙ୍କୁ ଜିଲ୍ଲାପାଳ ସସପେଣ୍ଡ୍ କରିଥିବା କହିଛନ୍ତି ।

related posts

1 comment

Deepak Kumar majhi June 19, 2021 - 4:28 pm

👍

Reply

Leave a Comment