Home Breaking News / ତାଜା ଖବର ମିଲଖାଙ୍କ କଟକ କାହାଣୀ, ଜାଣନ୍ତୁ କାହିଁକି ବାରବାଟୀ ଟ୍ରାକ୍ ମାପିଥିଲେ ମିଲଖା ସିଂ?

ମିଲଖାଙ୍କ କଟକ କାହାଣୀ, ଜାଣନ୍ତୁ କାହିଁକି ବାରବାଟୀ ଟ୍ରାକ୍ ମାପିଥିଲେ ମିଲଖା ସିଂ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶର ମହାନ୍ ଆଥଲେଟ୍ ମିଲଖା ସିଂଙ୍କ କ୍ରୀଡା ଜୀବନରେ ସଫଳତା ଯେତିକି, କାହାଣୀ ବି ସେତିକି । ମିଲଖାଙ୍କ ଜୀବନ ସହିତ ଏଭଳି କିଛି କାହାଣୀ ବି ଯୋଡି ହୋଇଛି ଓଡିଶାର କଟକ ସହିତ । ଏକଥା ସେତେବେଳେର ଯେତେବେଳେ ମିଲଖାଙ୍କୁ ସାରାଦେଶ ବିଶେଷ ଭାବରେ ଜାଣି ନଥିଲା । ଅର୍ଥାତ୍ ଏହା ୧୯୫୮ ମସିହା ପୂର୍ବର କଥା । କାରଣ ୧୯୫୮ ମସିହାରେ ଇଂଲଣ୍ଡର କାଡ୍ରିଫରେ ଆୟୋଜନ ହୋଇଥିଲା ରାଜ୍ୟ ଗୋଷ୍ଠୀ କ୍ରୀଡା । ଏଥିରେ ମିଲଖା ଗୋଲ୍ଡ ମେଡାଲ ଜିତିବା ପରେ ବିଦେଶୀ ରାଷ୍ଟ୍ର ବି ଜାଣିଥିଲେ ମିଲଖାଙ୍କ ସମ୍ପର୍କରେ । ହେଲେ ଆମେ ଯେଉଁ କଥା କହୁଛୁ ତାହା ତା ପୂର୍ବର ।
୧୯୫୭ ମସିହାର କଥା । ଓଡିଶାର କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହୋଇଥାଏ ନେସନାଲ୍ ଆଥଲେଟିକ୍ ମିଟ୍ । ସେତେବେଳକୁ ମିଲଖା ସିଂ ଭାରତୀୟ ସେନାରେ ଚାକିରୀ କରିଥିଲେ । ମିଲଖା ସେନା ସର୍ଭିସେସରୁ ଏହି ନାସନାଲ ମିଟରେ ଅଂଶଗ୍ରହଣ କରିବାକୁ ଆସିଥିଲେ କଟକ । ମିଲଖାଙ୍କ ଥିଲା ଦୁଇଟି ଇଭେଂଟ ୨୦୦ ମିଟର ଏବଂ ୪୦୦ ମିଟର । ମିଲଖାଙ୍କ ସମୟ ଆସିଲା । ଦୁଇଟି ଇଭେଂଟରେ ମିଲଖା ବେଶ୍ ଭଲ ପ୍ରଦର୍ଶନ କଲେ । ତେବେ ୪୦୦ ମିଟର ଦୌଡ ସରିବା ବେଳକୁ ମିଲଖାଙ୍କୁ ବିଶ୍ୱାସ ବି ହେଲାନି , କେତେବେଳେ ସେ ଦୌଡ ଶେଷ କରିଦେଲେ । ତାଙ୍କୁ କିଛି ଅଲଗା ପରି ଲାଗିଲା । ମିଲଖାଙ୍କୁ ଲାଗିଲା ବାରବାଟୀର ଟ୍ରାକ୍ ବୋଧେ ଛୋଟ ରହିଛି । ମିଲଖା ଗୋଲ୍ଡ ମେଡାଲ ଜିତିଥିଲେ । ଦୁଇଟି ଯାକ ବର୍ଗରେ ଗୋଲ୍ଡ ଜିତି ନୂଆ ଜାତୀୟ ରେକର୍ଡ ବି କରିଥିଲେ । ପରଦିନ ସାରାଦେଶର ଖବରକାଗଜରେ ଛାଇ ଯାଇଥିଲା ମିଲଖା ସିଂଙ୍କ ସଫଳତାର ଫର୍ଦ୍ଦ । ହେଲେ ହୋଟେଲକୁ ଫେରିବା ପରେ ମିଲଖା ଶୋଇ ପାରିନଥିଲେ । ତାଙ୍କ ମନରେ ସେହି ଗୋଟିଏ କଥା ଆସୁଥିଲା, ବାରବାଟୀ ଟ୍ରାକ୍ ଛୋଟ ହୋଇ ଯାଇନାହିଁ ତ । ପରଦିନ ସକାଳୁ ସକାଳୁ ମିଲଖା ମ୍ୟାନେଜରଙ୍କୁ ନେଇ ନିଜେ ଫିତା ଧରି ଟ୍ରାକ୍ ମପାଇଥିଲେ । ଜଣାପଡିଲା ଟ୍ରାକ୍ ର ମାପ ଠିକ୍ ରହିଛି । ଅର୍ଥାତ୍ ମିଲଖାଙ୍କ ବେଗ୍ ଏହି ନାସନାଲ୍ ମିଟରେ ତାଙ୍କ ଆଶା ଠାରୁ ବି ଅଧିକ ଥିଲା । ସେତେବେଳକୁ ମିଲଖାଙ୍କ ନାଁ ରାତାରାତି ସାରାଦେଶ ଜାଣି ନେଇଥିଲା । କାରଣ ବାରବାଟୀରେ ମିଲଖାଙ୍କୁ ମିଳିଥିଲା ତାଙ୍କ କ୍ରୀଡା ଜୀବନର ସବୁଠାରୁ ପ୍ରଥମ ବଡ ସଫଳତା । କିଛି ବର୍ଷ ତଳେ ମିଲଖା ସିଂ ଓଡିଶା ଗସ୍ତ ସମୟରେ ବାରବାଟୀ ସହିତ ତାଙ୍କର ସମ୍ପର୍କ ବିଷୟରେ ଜଣାଇଥିଲେ ।

related posts

Leave a Comment