Home Breaking News / ତାଜା ଖବର ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ଇଟାଭାଟି: ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି କିନ୍ତୁ ତହସିଲ କର୍ମଚାରୀ ଲକ୍ଷ୍ୟପତି

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ଇଟାଭାଟି: ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି କିନ୍ତୁ ତହସିଲ କର୍ମଚାରୀ ଲକ୍ଷ୍ୟପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଇଟା ବେପାର ବୃଦ୍ଧି ପାଇବାରେ ଲାଗିଛି l ବେଆଇନ ଭାବେ ବିନା ପରିବେଶ ମଞ୍ଜୁରୀରେ କୋଟି କୋଟି ଇଟା ପକାଇ ଭାଟି ପୋଡ଼ାଯାଉଥିବାରୁ ଏଥିରୁ ନିର୍ଗତ ଧୂଆଁ ଜନିତ ପ୍ରଦ୍ୟୁଷଣରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି l ବର୍ତମାନ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବଢିବା ସହ ଉତ୍ତାପ ବୃଦ୍ଧି ପାଉଥିବା ସହ ଇଟାଭାଟି ରୁ ନିର୍ଗତ ଧୂଆଁ ଓ ଉତ୍ତାପ ସାଧାରଣ ଲୋକ ଓ ଛୋଟ ପିଲାଙ୍କ ପାଇଁ ମହାବିପଦ ସାବ୍ୟସ୍ତ ହଇଛି ତେବେ ବେଆଇନ କୋଟି କୋଟି ଇଟା ପୋଡା ଯାଉଥିବା ବେଳେ କିଛି ତହସିଲ କର୍ମଚାରୀ ଓ ଇଟା ମାଫିଆ ସଲାସୁତୁରା ହୋଇ ମାଲାମାଲ ହେଉଥିବା ବେଳେ ଦାଇତ୍ୱ ରେ ଥିବା କର୍ମଚାରୀ ଓ ଅଧିକାରୀ ଇଟା ର ପ୍ରକୃତ ସଂଖ୍ୟା ନଦର୍ଶାଇ ଖୁବ କମ ପରିମାଣ ର ଇଟା ବାବଦ କୁ ନାମକୁ ମାତ୍ର ରାଜସ୍ୱ ଆଦାୟ କରୁଥିବା ରୁ ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି l ତହସିଲ ପ୍ରଶାସନ ର ବେପରୁଆ ମନଭାବ ଯୋଗୁଁ ପରିବେଶ ପ୍ରଦ୍ୟୁଷଣ ହେବା ସହ ରାଜସ୍ୱ ହାନିର ପ୍ରମୁଖ କାରଣ l ଇଟା ମାଫିଆମାନେ ବେଶ ସକ୍ରିୟ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗାଯାଉନଥିବାରୁ ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଇଟା ମାଫିଆ ମାନେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ କିଛି ତହସିଲ କର୍ମଚାରୀ ମାନଙ୍କୁ ହାତ ଗୁଂଜା ଦେଇ ଅବାଧ ରେ ସରକାରୀ ଗୋଚର ଜମି ନଦୀପଠା ମାନଙ୍କରୁ ଅବାଧରେ ଜେସିବି ମେସିନରେ ମାଟି ଉଠାଇ ଆଣୁଛନ୍ତି l ଏହା ଦ୍ୱାରା ନଦୀଶଯ୍ୟା ଓ ଚାଷ ଜମି ପ୍ରତି ବିପଦ ର ଆଶଙ୍କା ସୃଷ୍ଟି ହେଉଛି l ସେହିପରି ଇଟାମାଫିଆମାନେ ସାଧାରଣ ଲୋକଙ୍କୁ ଚଢ଼ାଦର ରେ ଇଟା ବିକ୍ରି କରି ଆର୍ଥୀକ ଶୋଷଣ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ଏଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ତହସିଲ କର୍ଜି୍ୟାନୁଷ୍ଠାନ ନିମନ୍ତେ ସାଧାରଣ ରେ ଦାବି ଲ

related posts

1 comment

Deepak Kumar majhi June 19, 2021 - 4:20 pm

👍

Reply

Leave a Comment