Home Breaking News / ତାଜା ଖବର 25 ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ, ଜଣେ ଗିରଫ

25 ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ, ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ କୁମାର ମାଝୀ): ବହୁ ଦିନର ନିରବତା ପରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ଏକ ସଫଳତା । ଜଳାପୁଟ ଅଂଚଳରୁ ଉତ୍ତର ପ୍ରଦେଶକୁ ଗଂଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ପୁଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସାନସଗର ନିକଟରେ ରାତ୍ର ପେଟ୍ରୋଲିଂ କରି ଗାଡି ଯାଞ୍ଚ କରିଥିଲେ । ଠିକ ସେହି ସମୟରେ ଜଳାପୁଟ ଅଂଚଳରୁ ଏକ ଗଂଜେଇ ଭର୍ତି ବୋଲେର ପିକୋପ ଗାଡି ଦ୍ରୁତଗତିରେ ଆସୁଥିବା ନେଇ ପୁଲିସ ଅଟକ ରଖି ଯାଞ୍ଚ କରିଥିଲେ ଏବଂ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ । ତା ସହ ଡ୍ରାଇଭରକୁ ମଧ୍ୟ ଅଟକ ରଖି ମାଛକୁଣ୍ଡ ଥାନାକୁ ଆଣିଥିଲେ । ଜବତ ଗାଡ଼ିରୁ ୨୫୪କେଜି 800 ଗ୍ରାମ ଗଞ୍ଜେଇ ଓଜନ କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ସ୍ଥାନୀୟ ଅଞ୍ଚଳରେ 25ଲକ୍ଷ ଟଙ୍କା । ଏହି ମାମଲାରେ ଜଳାପୁଟ LF ଅଂଚଳରୁ ଦେବାଶିଷ ଆଚାର୍ଯ୍ୟଙ୍କୁ ମାଛକୁଣ୍ଡ ପୁଲିସ ଗିରଫ କରିଛି । ଏହାର ଅଧିକ ତଦନ୍ତ ଜାରି ରହିଥିବା ମାଛକୁଣ୍ଡ ପୁଲିସ ସୂଚନା ଦେଇଛନ୍ତି ।ଆଜି ଅଭିଯୁକ୍ତ କୁ କୌର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି sdpo ଲ

related posts

1 comment

Deepak Kumar majhi June 19, 2021 - 4:27 pm

👍

Reply

Leave a Comment