Home Breaking News / ତାଜା ଖବର ବଡ଼ମ୍ବା ଓ ମାଣିଆବନ୍ଧରେ ସାମନ୍ବିତ ସ୍ୱାସ୍ଥ୍ୟ ସର୍ଭେ ଅଭିଯାନ

ବଡ଼ମ୍ବା ଓ ମାଣିଆବନ୍ଧରେ ସାମନ୍ବିତ ସ୍ୱାସ୍ଥ୍ୟ ସର୍ଭେ ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ମାଣିଆବନ୍ଧ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଓ ବଡ଼ମ୍ବା ଏରିଆ ହସ୍ପିଟାଲ ପରିସରରେ ସମନ୍ବିତ ସ୍ୱାସ୍ଥ୍ୟ ପରିବାର ସର୍ଭେ ଅଭିଯାନର ଶୁଭାରମ୍ଭ ଗୁରୁବାର କରାଯାଇଛି । ଏଥିରେ ମେଡିକାଲ ଅଫିସର ଡାକ୍ତର ଆଦ୍ରେକଙ୍କ ସମେତ ଆୟୁଷ ମେଡିକାଲ ଅଫିସର ଡ଼ାକ୍ତର ଉଦୟ ନାରାୟଣ ଦାସ, କୋଭିଡ କେୟାର ସେଣ୍ଟରର ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ସିଡିପିଓ ପ୍ରମିଳା ଦେଇ ବିଡ଼ିଓ ଉତ୍କଳ ଆଚର୍ଯ୍ୟ ପ୍ରମୁଖ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣକୁ ଗାଁ କଲ୍ୟାଣ ସମିତି ଓ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଉଭୟ ସ୍ଥାନରେ ଯୋଗଦେଇ ଘରକୁ ଘର ସର୍ଭେ ପରେ ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡିଙ୍କ ସମନ୍ବିତ କାର୍ଯ୍ୟଧାରା ସମ୍ପର୍କରେ ପରାମର୍ଶ ଦେଇଥିଲେ । ସାଚୁରେସନ , ବ୍ଲଡ଼ ପ୍ରେସର , ମଧୁମେହ, ରକ୍ତଚାପର ପାରାମିଟର ପରିବାରର ଫର୍ମାଟରେ କରିବା ପାଇଁ କରାଯାଇଥିବା ବ୍ୟବସ୍ଥା ବର୍ତ୍ତମାନ ଓ ସମ୍ଭାବ୍ୟ ୩ୟ ଲହର କୁ ମୁକାବିଲା ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ , ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ ,ସ୍ଥାନୀୟ ଜନପ୍ରତିନିଧି ବିଶିଷ୍ଟ ନାଗରିକ ଯୋଗଦେଇ ଶୁଭେଚ୍ଛା ଦେଇଥିଲେ । ମେଡିକାଲ ଅଫିସର ଓ ସିଡିପିଓଙ୍କ ତତ୍ୱାବଧାନ ରେ ଉପକରଣ ସହିତ ପଲସ ଅକ୍ସୀମିଟର ସମସ୍ତଙ୍କୁ ପ୍ରଦାନ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ତାପରେ ମାଣିଆବନ୍ଧ ସେକ୍ଟର ମହୁଲିଆ ବଡ଼ମ୍ବା ସେକ୍ଟର ର ବଡ଼ମ୍ବାଗଡ଼ ଠାରେ ଏହି ପରିବାର ସର୍ଭେ ବିଭିନ୍ନ ୟୁନିଟରେ ବିଭକ୍ତ ହୋଇ ଆରମ୍ଭ ହୋଇଥିଲା । ପ୍ରକାଶ ଥାଉ କି ପୂର୍ବପରି ଘରକୁ ଘର ସର୍ଭେଲାନ୍ସ ସାଙ୍ଗରେ ଏହି ହେଲଥ ପାରାମିଟର ପରିବାର ସର୍ବେକ୍ଷଣ ଏବେ ଠାରୁ ଅଧିକନ୍ତୁ ଆରମ୍ଭ କରାଯାଇଛି |ଏଥିପାଇଁ ସମସ୍ତ ସମ୍ପୃକ୍ତଙ୍କର ସମ୍ମିଳିତ ନିଷ୍ଠାପର ଉଦ୍ୟମ ସହଯୋଗ ଲୋଡ଼ା ବୋଲି ବିଧାୟକ ଦେବୀ ମିଶ୍ର ମତବ୍ୟକ୍ତ କରିଥିଲେ |

related posts

Leave a Comment