Home Breaking News / ତାଜା ଖବର ତିର୍ତ୍ତୋଲ ଥାନାରେ ଅଭିଯୋଗକାରୀଙ୍କୁ ନିର୍ଘାତ ପିଟିଲେ ତଥା କଥିତ ସିଂଘମ ଏସ.ଆଇ

ତିର୍ତ୍ତୋଲ ଥାନାରେ ଅଭିଯୋଗକାରୀଙ୍କୁ ନିର୍ଘାତ ପିଟିଲେ ତଥା କଥିତ ସିଂଘମ ଏସ.ଆଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁରଜିଲା ତିର୍ତ୍ତୋଲ ଥାନ ଅଧିନସ୍ଥ କୃଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ନୂଆଗାଁ ର ରଶ୍ମିକାନ୍ତ ସାହୁଙ୍କୁ ମାଡ଼ ତ ପୁଣି ନିର୍ଘାତ ମାଡ଼ ମାରିବା ନେଇ ଏସପି ଙ୍କୁ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ।ରଶ୍ମିକାନ୍ତ ତାଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି କି ତାଙ୍କ ମା ସୁଲୋଚନା ସାହୂ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ତାଙ୍କୁ ପାଇଖାନା ଟାଙ୍କି କରାଇଦେଉ ନଥିବା ଫାଣ୍ଡି ଓ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ମାମଲାର ତିର୍ତ୍ତୋଲ ଥାନାର ତଥା କଥିତ ସିଂଘମ ଏସ ଆଇ ଅନିରୁଦ୍ଧ ନାୟକ ସୁଲୋଚନା ଙ୍କ ପୁଅ ରଶ୍ମିକାନ୍ତ ଙ୍କୁ ତିର୍ତ୍ତୋଲ ଥାନାକୁ ଡାକିଥିଲେ।ରଶ୍ମିକାନ୍ତ ତିର୍ତ୍ତୋଲ ଥାନାରେ ପହଂଚିବା କ୍ଷଣି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବସହିତ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ମାଡ ତ ମାଡ଼ ପୁଣି ନିର୍ଘାତ ପିଟିଚାଲିଥିଲେ। ରଶ୍ମିକାନ୍ତ ପାଣି ପାଣି ଚିତ୍କାର କରିବା ପରେ ଥାନାର ପାଇଖାନା ଭିତରକୁ ଗୋଇଠା ମାରି କହିଥିଲେ ଯା ପାଇଖାନା ପାଣି ପିଇ।ଏପରିକି ଥାନାର ଦୁଇ କନେଷ୍ଟବଳ ତାଙ୍କ ଜଙ୍ଘ ଉପରେ ଠିଆ ହୋଇ ନାଚି ଥିଲେ।ତେବେ ତିର୍ତ୍ତୋଲ ଥାନାର ଏସ ଆଇ ଅନିରୁଦ୍ଧ ନାୟକ ନିଜକୁ ତଥାକଥିତ ସିଂଘମ ବୋଲାଇ ଅଶୋଭନୀୟ ଆଚରଣ କରିଥିଲେ।ଯାହାଫଳରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାର ସମାଧାନ କରି ଫାଣ୍ଡିରୁ ତିର୍ତ୍ତୋଲ ଥାନାକୁ ବଦଳି କରିଥିଲେ।ତେବେ ତିର୍ତ୍ତୋଲ ଥାନାରେ ଏଭଳି ଆଚରଣକୁ ସହଜରେ ତିର୍ତ୍ତୋଲ ବାସୀ ଗ୍ରହଣ କରିପାରୁନାହାନ୍ତି।ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏସ.ଆଇ ଅନିରୁଦ୍ଧ ନାୟକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଶ୍ମିକାନ୍ତ ଙ୍କ ସହ ଜନସାଧରଣରେ ଦାବି ହୋଇଛି।ଏ ସମ୍ପର୍କରେ ଏସ.ଆଇ ଅନିରୁଦ୍ଧ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ କହିଥିଲେ ସେ କହିଥିଲେ ଆମେ ତାଙ୍କୁ ମାଡ଼ ମାରିନୁ।

related posts

1 comment

Deepak Kumar majhi June 18, 2021 - 4:12 pm

ପୋଲିସ ହେଇକି ଏହି ପ୍ରକାର ଅତ୍ୟାଚାର

Reply

Leave a Comment