Home Breaking News / ତାଜା ଖବର ମୁନିଗୁଡାରେ ଭକ୍ତଙ୍କୁ ରଥଟାଣିବା ମନା: ଜଗନ୍ନାଥଙ୍କର ରୀତି ନିତି ହେବ ପୂଜା କମିଟି

ମୁନିଗୁଡାରେ ଭକ୍ତଙ୍କୁ ରଥଟାଣିବା ମନା: ଜଗନ୍ନାଥଙ୍କର ରୀତି ନିତି ହେବ ପୂଜା କମିଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଜଗନାଥ ମନ୍ଦିର କମିଟି ନିଆଯାଇଥିବା ନିଷ୍ପତି, ଆଜି ସାରାରାଜ୍ୟରେ ଜଗନ୍ନାଥ ପ୍ରେମି ଭକ୍ତଙ୍କ ମନକୁ ଫିକା ପକାଇ ଦେଇଛି କରୋନା ମହାମାରୀ, ବିନା ଭକ୍ତରେ କେବଳ ପୁରୀରେ ଶ୍ରୀ ଜୀୟୁ ମାନଙ୍କ ରଥ ଟଣାହେବ,ଅନ୍ୟ ସବୁ ସ୍ଥାନରେ କେବଳ ମହାପ୍ରଭୁଙ୍କ ରୀତି ନୀତି ହେବ କିନ୍ତୁ ରଥ ଟଣାହେବ ନାହିଁ ବୋଲି ସରକାର ରୋକ୍ ଲଗାଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଆଦେଶକୁ ସମ୍ମାନ ଜଣାଇ କାଲି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ପରିସରରେ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ଵୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରଙ୍କ କୋଭିଡି ନିୟମ ପ୍ରକାରେ ରଥ ଯାତ୍ରା ପୂର୍ବପରି ହେଵ ନାହିଁ କେଵଳ ମହାପ୍ରଭୁଙ୍କର ରୀତି ନୀତି ହେବ ଵୋଲି ଵୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ତହସିଲଦାର ଡଃ ଦେବାଶିଷ ଗୌଡ, ବିଡିଓ ଶ୍ରୀ ଦିଲିପ୍ କୁମାର ଵେହେରା, ଉପସ୍ଥିତ ଥିବାବେଳେ ପରିଚାଳନା କମିଟି ସଭାପତି ଶ୍ରୀ ସାରଙ୍ଗଧର କାଡ୍ରାକା, ଉପସଭାପତି ଶ୍ରୀ ଭାଗ୍ୟରଥି ନାଗ, ସମ୍ପାଦକ ଭି. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ମାନସ ରଞ୍ଜନ ଵେହେରା, ସଭ୍ୟ ସରସ୍ୱତୀ ଶଵର, ଗୌର ବନଚର, ହରି ଉଲ୍ଲାକା ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment