Home Breaking News / ତାଜା ଖବର ସନ୍ୟାସୀ ଗୋବିନ୍ଦ ଦାସଙ୍କୁ ଅସଦାଚରଣ ମାମଲା ଏସପିଙ୍କୁ ଭେଟିଲେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିନିଧି ଦଳ: ଆଇଆଇସିଙ୍କୁ ନିଲମ୍ବନ ଦାବି

ସନ୍ୟାସୀ ଗୋବିନ୍ଦ ଦାସଙ୍କୁ ଅସଦାଚରଣ ମାମଲା ଏସପିଙ୍କୁ ଭେଟିଲେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିନିଧି ଦଳ: ଆଇଆଇସିଙ୍କୁ ନିଲମ୍ବନ ଦାବି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ମଧ୍ୟାହ୍ନ ରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୬/୦୬ ତାରିଖ ଦିନ କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ସରଧାପୁରରେ ଘଟିଥିବା ଘଟଣାକୁ ନିନ୍ଦା କରି ଅପମାନିତ କରାଯାଇଥିବା ସନ୍ୟାସୀଙ୍କୁ ବିନା ସର୍ତରେ ଖଲାସ କରିବାସହ ସେଠାକାର ପୋଲିସ ଯିଏକି ସ୍ୱାମୀଜୀଙ୍କୁ ଅସଦାଚରଣ କରିଛନ୍ତି ତାଙ୍କ ନିଲମ୍ବନ ସହ ଫୌଜଦାରୀ ମାମଲା ରୁଜୁ କରି ଗିରଫ କରାଯାଉ ବୋଲି ଦାବୀ କରାଯାଇଛି। ଉଲେଖ୍ୟ ଯୋଗ୍ୟ ଏହିକିଯେ ଗତ କାଲି ଶରଧାପୁର ଭାଗବତ ଆଶ୍ରମରେ ଏକ ମିଥ୍ୟା ମାମଲାକୁ ନେଇ ପିଠାଦିଶ ସନ୍ୟାସୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ମହରାଜନଙ୍କ ଆଶ୍ରମକୁ ନରସିଂହପୁର ଥାନା ପୋଲିସ ପ୍ରଶାସନ ଯାଇଥିଲା । ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ଜୋର ଜବରଦସ୍ତି ଉଠାଇ ନେଇ ଥାନାରେ ଅଟକ ରଖି ଥିଲେ। ଆଶ୍ରମରେ ପ୍ରବେଶ କରି ଦେବା ଦେବୀଙ୍କୁ ଗାଳିଗୁଲଜ କରି ତୋର ଭାଗବତ ଦେଖା ନଚେତ ଏଇଠି ଉଲଗ୍ନ କରି ବାଡେଇବି ବୋଲି ଏ ଏସ ଆଇ ଧମକ ଦେଇଥିଲେ।ଜଣେ ରକ୍ଷକ ଏ ଏସ ଆଇ ପବିତ୍ର ମୋହନ ଙ୍କ ଏତାଦୃଶ୍ୟ ବ୍ୟବହାରକୁ ସମାଜ ହିନ୍ଦୁ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁ ପ୍ରେମୀମାନେ ଏହାର ଦୃଢ଼ ନିନ୍ଦା କରିଛନ୍ତି ଓ ଖୁବ ଶୀଘ୍ର ପ୍ରଶାସନ ଅଭଦ୍ର ଅଧିକାରୀଙ୍କୁ ନିଲମ୍ବନ କରାଯାଉ ବୋଲି ଯୋଗୀଶ୍ରୀ ଚୈତନ୍ୟ ରାମ, କ୍ରାନ୍ତୀ କାରୀ ଆଶ୍ରମର ବାବା ସତ୍ୟ ସ୍ୱରୂପନନ୍ଦ ଗିରୀ ଦାବୀ କରିଛନ୍ତି। କୌଣସି ସାଧୁ ସନ୍ଥ ମାନଙ୍କ ଏପରି ଅପମାନତ କରିଥିବା ଅଧିକାରୀଙ୍କୁ ଗରଫକରବାକୁ ଦାବି ହେଉଛି। ଏହି ପ୍ରତି ନିଧି ଦଳରେ ଦୁଇ ସ୍ୱାମୀଜୀଙ୍କ ବ୍ୟତୀତ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ,ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଦୀପକ ଭାଇ, ବିଶ୍ବହିନ୍ଦୁ ପରିଷଦ ନଗର ସଭାପତି ପ୍ରଳୟ ସାହୁ, ଧର୍ମରକ୍ଷକ ମନୋରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

related posts

1 comment

Deepak Kumar majhi June 18, 2021 - 5:03 pm

👍

Reply

Leave a Comment