Home Breaking News / ତାଜା ଖବର କାଳ ହେଲା କରୋନା: ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

କାଳ ହେଲା କରୋନା: ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଗତ ଜୁନ୍ ୮ ତାରିଖରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ନିଧନ ଘଟିଥିବା ସୂଚନା ମିଳିଛି । କିଛି ଦିନ ଆଗରୁ ଦେବାଶିଷ ପାଣିଗ୍ରାହୀ କରୋନା ସଂକ୍ରମିତ ହେବା ପରେ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ତାଙ୍କର ସ୍ଥିତିରେ ସୁଧାର ଆସିନଥିଲା । ତେବେ କରୋନା ସଂକ୍ରମିତ ହେବା ପରେ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇ ଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରରୁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା କୋଲକାତାର ଆପୋଲ ହସ୍ପିଟାଲକୁ । ଇକମୋ ଚିକିତ୍ସା ଆରମ୍ଭ ହୋଇଥିଲା ।
ଆଇପିଏସ ଦେବାଶିଷ ପାଣିଗ୍ରାହୀ ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବରେ ରାଜ୍ୟ ପୋଲିସ ବିଭାଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ସହିତ ସେ ଜଣେ ସୁସାହିତ୍ୟିକ ଓ ଉତମ ବ୍ୟକ୍ତି ଥିଲେ । ଆଜି ତାଙ୍କର ପରଲୋକରେ ରାଜ୍ୟ ପୋଲିସ ବିଭାଗକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି ।

related posts

1 comment

Deepak Kumar majhi June 19, 2021 - 3:52 pm

👍

Reply

Leave a Comment