Home Breaking News / ତାଜା ଖବର ପୁଣି ଶବକୁ ମିଳିଲାନି କାନ୍ଧ: ପହଞ୍ଚିଲେ ବିଧାୟକ ଦେବୀ ମିଶ୍ର

ପୁଣି ଶବକୁ ମିଳିଲାନି କାନ୍ଧ: ପହଞ୍ଚିଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ପୁଣି ଶବ ଅଛୁଆଁ |ମିଳୁନି କାନ୍ଧ | ଆଜି ସକାଳୁ ବିଧାୟକ ଦେବୀ ମିଶ୍ର ଖବର ପାଇଲେ ଯେ କମଳାଡିହ ଚିନ୍ତାମଣି ସାହିର ହାରାବତୀ ସାହୁ ଯେ କି ୧୫ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇ Home Isolationରେ ଥିଲେ ତାଙ୍କର ମୃତ୍ୟୁ ହୋଇଛି। ଆଡ଼ଭୋକେଟ ଶରତ ଖଟୁଆଙ୍କ ଜଣାଇଲେ ଯେ, ଆତ୍ମୀୟ ସ୍ବଜନ ଗ୍ରାମବାସୀ କୋଭିଡ ଆକ୍ରାନ୍ତ ହୋଇଥିବାରୁ ଶବଦାହ ପାଇଁ ଆଗଭର ହେଉନାହାନ୍ତି। ତେଣୁ ବିକଳ୍ପ ବ୍ୟବସ୍ଥା ପାଇଁ ତହସିଲଦାର ବିଡ଼ିଓଙ୍କୁ କହି ବିଧାୟକ ଶ୍ରୀ ମିଶ୍ର,ବ୍ଲକ ଅଧ୍ୟକ୍ଷଙ୍କ ସଂଗେ କମଳାଡିହରେ ପହଞ୍ଚି ମୃତାଙ୍କ ୨ପୁଅ ନାତିଙ୍କୁ ବୁଝାଇଥିଲେ|ସେମାନଙ୍କୁ PPE କିଟ ଦିଆଗଲା। ସେମାନେ ଶବଦାହ ପାଇଁ ରାଜି ହେଲେ। ନରସିଂହପୁର ଜୟପୁର ପାଖ ସରକାରୀ ନିରୁପିତ କୋଭିଡ ଆକ୍ରାନ୍ତଙ୍କ ଶ୍ମଶାନରେ ତହସିଲଦାରଙ୍କ ଉପସ୍ଥିତିରେ ଶବଦାହ ହେଲା। ମୃତକଙ୍କ ସ୍ୱାମୀ ମହେଶ୍ୱର ସାହୁ(୭୭ବର୍ଷ)ଙ୍କୁ ସମବେଦନା ଜଣେଇଥିଲେ ବିଧାୟକ ଦେବୀ ମିଶ୍ର |

related posts

1 comment

Deepak Kumar majhi June 18, 2021 - 4:11 pm

👍

Reply

Leave a Comment