Home Breaking News / ତାଜା ଖବର ଆବାସ ଯୋଜନାରେ ଦୁର୍ନୀତି ନେଇ ଭାଜପାର ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ଆବାସ ଯୋଜନାରେ ଦୁର୍ନୀତି ନେଇ ଭାଜପାର ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ) ରାୟଗଡ ଜିଲ୍ଲା ଭାଜପା ର ରାୟଗଡା ବିଧାନସଭା ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ନେଇ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଗଲା । ସାରା ଦେଶରେ କୋଭିଡ କଠିନ ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କ ପାଇଁ 8.17 ଲକ୍ଷ ଆବାସ ଘର ମଞ୍ଜୁରୀ କରିଛନ୍ତି, କିନ୍ତୁ ଓଡ଼ିଶା ରାଜ୍ୟ ସରକାର ଓ ପ୍ରଶାସନ ଏହାକୁ ସଠିକ ଭାବରେ ସର୍ଭେ ନ କରି ମାନମୁଖୀ ଭାବରେ ନିର୍ଦିଷ୍ଟ ଲୋକଙ୍କୁ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ରହିଛି। ପକା ଘର ଥିବା ଲୋକ ବାରମ୍ବାର ପାଉଛି କିନ୍ତୁ ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକ କିଭଳି ବାଦ ପଡୁଛି ତାହା ତଦନ୍ତ କରିବାକୁ ଏହି ଦାବୀ ପତ୍ରରେ ଉଲେଖ ରହିଛି। ଓଡ଼ିଶାର ଜିଲ୍ଲା ଯେହେତୁ ରାୟଗଡ଼ା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଂଚଳ ସେଇଥିପାଇଁ ରାୟଗଡ଼ା ବିଧାନସଭାକୁ 15000 ଘର ମଞ୍ଜୁରୀ କରାଯାଉ । ଯଦି ଏହାପ୍ରତି ସଠିକ ପଦେକ୍ଷେପ ନ ନିଆଯିବ ତା ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀଯୁକ୍ତ ଉଲ୍ଲାକା ।
ଉକ୍ତ କାର୍ଯ୍ୟକ୍ରମରେ ଭାଜପା ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା ସମେତ ଭାଜପା ନଗର ବିଜେପି ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ନଗର ସମ୍ପାଦକ ଶ୍ରୀ ଅଜୟ କୁମାର ଚୁଲେଟ, ନଗର ସମ୍ପାଦକ ଶ୍ରୀ ଜଗଦୀଶ ସୁନାରୀ, ଜିଲ୍ଲା ଏସ. ସି. ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଟି. ନାଗାରାଜୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi June 18, 2021 - 4:07 pm

👍

Reply

Leave a Comment