Home Breaking News / ତାଜା ଖବର ଶବର ଲିପି ଉଦ୍ଭାବନ ଦିବସ ଭକ୍ତିରେ ପାଳିତ

ଶବର ଲିପି ଉଦ୍ଭାବନ ଦିବସ ଭକ୍ତିରେ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଉପଖଣ୍ଡ ଗୁଣୁପୁର ଶବର ସମାଜ ତରଫରୁ ଶବର ଲୁପି ଉଦ୍ଭାବନ ଦିବସ ପାଳିତ ହୋଇଯାଇଛି। ଆଜକୁ ପ୍ରାୟ ୮୫ ବର୍ଷ ତଳେ ଏହି ଶବର ଲିପି ଅକ୍ଷର ବ୍ରହ୍ମ ମସିହା୧୮/୦୬/୧୯୩୬ ମସିହାରେ ସ୍ବର୍ଗତ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ଙ୍କ ଦ୍ଵାରା ଉଦ୍ଭବିତ ହୋଇଥିଲା। ଏହି ଅକ୍ଷର ପ୍ରଚଳିତ କରିବାକୁ ଦିନରାତି ପରିଶ୍ରମ କରିବାକୁ ପଡିଥିଲା ବୋଲି ତାଙ୍କ ପିତା ମମ ଶବର କହିଛନ୍ତି। ଏହି ଦିବସକୁ ଶବର ସମାଜ ଓ ସାଂସ୍କୃତିକ ସଙ୍ଘ ଏବଂ ତାଙ୍କ ପରିବାର ଆୟୋଜନ କରି ଅଖା ପାଖ ଅଂଚଳର ପ୍ରାୟ ୩୦ ଖଣ୍ଡ ଗ୍ରାମର ଲୋକ ପାଳନ କରିଆସୁଛନ୍ତି। ଏହି ଭାଷାରେ ବ୍ୟାକରଣ , ଭାଷାକୋଷ, ସବ୍ଧ, ଗଣିତ,ଭାବର୍ଥ,ଗଦ୍ୟ ପଦ୍ୟ, ଗଳ୍ପ, ଶ୍ଳୋକ, ପୁରାଣ, ଅନୁବାଦ,କାହାଣୀ,ପାଞ୍ଜି, କ୍ୟାଲେଣ୍ଡର, ନାଚ ,ଗୀତ କରାଯାଇଛି। ଏହି ଭାଷା ମାଧ୍ୟମରେ ସଂକୃତି ବଞ୍ଚି ରହିଛି ବୋଲି ଆଦିବାସୀ ନେତା ବିଦ୍ୟା ଶବର କହିଛନ୍ତି। ନିକଟସ୍ଥ ଘନନ୍ତ୍ରୀ, ମରିଚଗୁଡା, ଲାଉଗୁଡା,ଆଦଲବସ,ଅଙ୍ଗରବା, ଅମ୍ବାବଡା, ଟିଟିମିରି, ଲବା,ଖାଇରା ,ମେରିଙ୍ଗି,ପୋଟାସିଙ୍ଗି, ପଦରସିଙ୍ଗି, ଜରିଲି,ନୂଆଗଡ, କେରାଣ୍ଡୀଗୁଡା, ଲଛମାନ ଗୁଡା,ଖିଲା ପଦର, କୁଜେନ୍ଦ୍ରୀ,ଓମାନିଗି ପ୍ରଭୃତି ଗ୍ରାମର ଲୋକ ଯୋଗ ଦେଇଥିଲେ। ଏହି ଲିପି ଦେଶର ବଙ୍ଗଳା, ଆନ୍ଧ୍ରପ୍ରଦେଶ, ଆସାମ ଓ ଓଡିଶା ର ଅନେକ ଜିଲାରେ ପ୍ରଚଳିତ ହେଉଛି।ଏହି ପୂଜନ କାର୍ଯ୍ୟକ୍ରମରେ ଚକ୍ରପାଣି ଶବର, ବଳରାମ ଶବର, ମାଣ୍ଡୁ ଶବର,କୃଷ୍ଣ, କଂହୁ ଶବର,ରାମ ଶବର,ସୁଦର୍ଶନ, ରାମ ପ୍ରସାଦ,ରାଧାନାଥ ଓ ଭାରତ ଶବର ପ୍ରମୁଖ ଯୋଗଦେଇ ପରିଚାଳିତ କରିଥିଲେ।

related posts

1 comment

Deepak Kumar majhi June 18, 2021 - 5:04 pm

👍

Reply

Leave a Comment