Home Breaking News / ତାଜା ଖବର ଏକୁଲରେ ଦିଆଗଲା କୋଭିଡ ଭ୍ୟାକସିନ

ଏକୁଲରେ ଦିଆଗଲା କୋଭିଡ ଭ୍ୟାକସିନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଏକୁଲ ଉପ୍ରା ବିଦ୍ୟାଳୟ ଠାରେ ୪୦ ଜଣଙ୍କୁ କୋଭିସିଲ ଭେସ୍କିନ ଦିଆଯାଇଥିଲା ।୬୦ ବର୍ଷ ରୁ ଉର୍ଦ୍ଧ୍ବ ୨୧ ଜଣଙ୍କୁ ଦିଆଯାଇଥିଲା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ୧୯ ଜଣଙ୍କୁ କୋଭିଡ ଟିକା ଦିଆ ଯାଇଥିଲା ।କଙ୍କଡାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏକୁଲ କୁ ଢେଙ୍କାନାଳ ଜିଲ୍ଲା ନଗଡା କୁହାଯାଏ ।ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଜ,କଙ୍କଡାହାଡ଼ ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ର, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ ଜେନା ଏକୁଲ ଯାଇଥିଲେ ।ଅଞ୍ଚଳର ଲୋକ ମାନଙ୍କ ସ୍ୱାସ୍ଥ୍ୟ ଜନିତ ସେବା ପାଇଁ ଏକ ମେଡ଼ିକାଲ ଟିମ ଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମେଡ଼ିସିନ ଦେଇଥିଲେ।ପ୍ରଶାସନ ତରଫରୁ ଗାଁ ଲୋକ ମାନଙ୍କୁ ମାସ୍କ ବଣ୍ଟନ,ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ଏକୁଲ ବାସୀ ଧନ୍ୟବାଦ ଦେଇଥିଲେ ।

related posts

1 comment

Deepak Kumar majhi June 17, 2021 - 5:21 pm

👍

Reply

Leave a Comment