Home Breaking News / ତାଜା ଖବର ତ୍ରିନାଥ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ

ତ୍ରିନାଥ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମନନ୍ଦ ଦାଶ): ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ନଲରା ଗ୍ରାମରେ ଥିବା ତ୍ରିନାଥ ମନ୍ଦିରର ଆଜି ଥିଲା୧୧ ତମ ବାର୍ଷିକ ଉତ୍ସବ।କୋଭିଡ ସଂକ୍ରମଣ କାରଣରୁ ଏହାକୁ କୋଭିଡ ନିୟମ ଅନୁଯାୟୀ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ନଲରା ତ୍ରିନାଥ ପୂଜାକମିଟି।ଏଠାରେ ପ୍ରାୟ ପ୍ରତିବର୍ଷ ଧୁମଧାମରେ ପାଳନ ସହ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ କରିଥାନ୍ତି କିନ୍ତୁ ଚଳିତ ବର୍ଷ କମିଟିର ସଭାପତି ସମାଜସେବୀ ପ୍ରତାପ ଜେନା ଏହାକୁ ନିଆରା ଢଙ୍ଗରେ ପାଳନ ନିଷ୍ପତ୍ତି ନେଇ ଗ୍ରାମର ପ୍ରାୟ୨୦୦ ରୁ ଉର୍ଦ୍ଧ୍ବ ପରିବାରକୁ ଡାଲି, ଚିନି, ବିସ୍କୁଟ, ମାସ୍କ ଓ ସାନିଟାଇଜର ପ୍ରଦାନ କରିବା ସହ ଦେଶରୁ ଓ ଗ୍ରାମରୁ କୋଭିଡ ମହାମାରୀ ଦୂରେଇ ଯାଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାଥନା କରିଥିଲେ।ଏହି କାର୍ଯ୍ୟକ୍ରମ ପଣ୍ଡିତ ଶ୍ରଦ୍ଧାକର ଶତପଥୀ, ନବଘନ ମିଶ୍ର, ସୁନାକର ଶତପଥି, ସଞ୍ଜୟ କୁମାର ଦାସ, ଜ୍ଞାନ ରଞ୍ଜନ ଶତପଥି ପ୍ରମୁଖ ବେଦ ପାଠ ଉଚ୍ଚାରଣ ସହ ହୋମ ଯଜ୍ଞ ଆହୁତି ପ୍ରଦାନ କରିଥିଲେ ଓ କିଛି ସଂକ୍ରିତନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ଦିଲ୍ଲୀପ ଜେନା ଓ ତାଙ୍କ ଧର୍ମପତ୍ନୀ ଦୀପ୍ତିରେଖା ଜେନା କାର୍ଯ୍ୟ ନିର୍ବାହ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଣ୍ଣଲତା ଜେନା, ବିଚିତ୍ରାନନ୍ଦ ସ୍ବାଇଁ, ବିକ୍ରମ ସେଠି, ଅବିନାଶ ସାହୁ, ସରାଜ ସ୍ବାଇଁ, ଯୁଧିଷ୍ଠିର ସାହୁଙ୍କ ସମେତ ଗ୍ରାମର ସମସ୍ତ କମିଟି ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।

related posts

Leave a Comment