Home Breaking News / ତାଜା ଖବର ଲକଡ଼ାଉନ କୋହଳ ପରେ ଦୋକାନ ବଜାର ଖୋଲିଲା

ଲକଡ଼ାଉନ କୋହଳ ପରେ ଦୋକାନ ବଜାର ଖୋଲିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ।ତେଣୁ ପାଟଣାଗଡ଼ ରେ ଦୀର୍ଘ 2 ମାସ ହେବ ସହରରେ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଗତକାଲି ରାଜ୍ୟରେ ଲକ ଡାଉନ କୁ କିଛି ମାତ୍ରାରେ କୋହଳ କରିଥିବାରୁ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାର17 ଟି ଜିଲ୍ଲାରେ ଆଜି ଦୋକାନବଜାର ଖୋଲା ଯାଇଛି। ଏହା ସକାଳ 6 ଘଣ୍ଟାରୁ ସାନ୍ଧ୍ୟ 5 ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ଖୋଲା ରହିବ ବୋଲି ସରକାର ଘୋଷଣା କରିଛନ୍ତି।ତେଣୁ ପାଟଣାଗଡ଼ ସହରରେ ଆଜି ଦୋକାନବଜାର ଖୋଲା ଯାଇଥିବାରୁ ଦୋକାନୀ ମାନେ ଓ ଗ୍ରାହକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସହରରେ ଜନ ଗହଳି ସହ ଦୋକାନବଜାର ରେ ଭିଡ଼ ଦେଖିବାକୁ ମିଳିଛି। ଏହି ଭିଡ଼କୁ ଦେଖି ଦୋକାନୀମାନେ ସରକାରଙ୍କ ନିୟମ ଅନୁସାରେ ଗ୍ରାହକ ମାନଙ୍କୁ ସେନିଟେଜର ଓ ମାସ ବ୍ୟବହାରକରି ସାମାଜିକ ଦୂରତା ରେ ରହିବାକୁ କହିଛନ୍ତି

related posts

1 comment

Deepak Kumar majhi June 17, 2021 - 2:59 pm

👍

Reply

Leave a Comment