Home Breaking News / ତାଜା ଖବର ଗଞ୍ଜାମରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ: ମପା ଯାଉଛି ଶିଶୁଙ୍କ କରୋନା ପ୍ରତିରୋଧକଶକ୍ତି

ଗଞ୍ଜାମରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ: ମପା ଯାଉଛି ଶିଶୁଙ୍କ କରୋନା ପ୍ରତିରୋଧକଶକ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ: ଗଞ୍ଜାମରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ l ଏଥି ପାଇଁ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର ଏମ ଆର ସି )ର ଏକ ସ୍ୱତନ୍ତ୍ରଦଳ ଜିଲ୍ଲା ରେ ପହଂଚିଛନ୍ତି l ସେମାନ ଙ୍କୁ ସହଯୋଗ କରିବାପାଇଁ ଲ୍ୟାବ ଟେକ୍ନୋସିଆନ ଏବଂ ଅନ୍ୟ 4 ଜଣ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି l ଜିଲ୍ଲା ରେ ଏହା 3 ଦିନ ଧରି ଚାଲିବ l ଜିଲ୍ଲା ରେ ମୋଟ 10ଟି ସ୍ଥାନ ରେ ଏହା ସର୍ବେକ୍ଷଣ କରାଯିବ ବୋଲି ଜଣାପଡିଛି l ପ୍ରତି ସ୍ଥାନ ରୁ 40ଜଣ ଙ୍କ ନମୁନା ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି l ସେଥିରୁ 28 ଜଣ ନାବାଳକ ଯାହାର ବୟସ (10 ରୁ 17)ବର୍ଷ, 8 ଜଣ (6 ରୁ 9)ବର୍ଷ ଏବଂ 4 ଜଣ ଶିଶୁମାନଙ୍କ ନମୁନା ସଂଗ୍ରହ କରାଯିବ l ଏ ନେଇ ଏକ 4 ଜଣିଆଦଳ ଖଲିକୋଟ ବ୍ଲକ ତାଳ ପଡା ପଂଚାୟତ ରେ ପହଂଚି ନମୁନା ସଂଗ୍ରହ କରିଛନ୍ତି କରନା ରେ କେତେ ଲୋକଙ୍କ ଶରୀର ରେ କେତେ ପରିମାଣର କରୋନା ପ୍ରତରୋଧକ ଶକ୍ତି ବା ଆଣ୍ଟିବୋଡି ସୃଷ୍ଟି ହୋଇଛି ତାହାକୁ ମାପିବା ପାଇଁ ଏହି ସର୍ଭେ କରା ଯାଉଛି କରନା ର ତୃତୀୟ ଲୋହର ରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଥମଥର ପାଇଁ ଶିଶୁ ମାନଙ୍କୁ ଏହି ସର୍ବେକ୍ଷଣ ରେ ସାମିଲ କରାଯାଉଛି ଲ

related posts

1 comment

Deepak Kumar majhi June 17, 2021 - 2:57 pm

👍

Reply

Leave a Comment