Home Breaking News / ତାଜା ଖବର ଅସୁରକ୍ଷିତ ରାମେଶ୍ଵର ମନ୍ଦିର କାନ୍ଥ ଫାଟିଲାଣି: ଛାତରୁ ପାଣି ଝରୁଛି

ଅସୁରକ୍ଷିତ ରାମେଶ୍ଵର ମନ୍ଦିର କାନ୍ଥ ଫାଟିଲାଣି: ଛାତରୁ ପାଣି ଝରୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ନବ କିଶୋର ମିଶ୍ର): ମନ୍ଦିର ମାଳିନୀ ସୋନପୁର ସହର ଅଷ୍ଟଶମ୍ବୁ, ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣ ଅଭାବରୁ ଦୂରାବସ୍ଥା ରହିଅଛି ।ଏବେ ମହାନଦୀ , ତେଳ ନଦୀ ,କପୂର ନଦୀ କଥିତ ତ୍ରିବେଣୀ ସଙ୍ଗମସ୍ଥିତ ରାମେଶ୍ଵର ମନ୍ଦିର ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ ମୂଖ୍ୟ ମନ୍ଦିର ସଂଲଗ୍ନ ବୃଷଭ ମଣ୍ଡପରୁ ପାଣି ଝରୁଛି। ସ୍ଵର୍ଣ୍ଣ ଚମ୍ପା ଗଛ ନିକଟସ୍ଥ ମନ୍ଦିର କାନ୍ଥ ଲମ୍ବା ଫାଟ ସୃଷ୍ଟି କରିଅଛି। ଏହି ମନ୍ଦିର ପ୍ରାୟ ଖ୍ରୀ ୧୭୦୦ରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି । ମୂଖ୍ୟ ମନ୍ଦିରର ଉଚ୍ଚତା ୪୦ ଫୁଟ । ମନ୍ଦିର ବେଢାରେ ହନୁମାନ, ଅନ୍ନପୂର୍ଣ୍ଣା, ଦୁର୍ଗା, ଦଶଭୁଜା, ନନ୍ଦା, ସରସ୍ଵତୀ, ଗଣେଶ, କାର୍ତ୍ତିକେୟ, ଚମ୍ପେଶ୍ଵର ଓ ପାର୍ବତୀଙ୍କ ଛୋଟ ବଡ ମନ୍ଦିର ରହିଛି ।ଏବେ ମନ୍ଦିରର ଚତୁଃପାର୍ଶ୍ଵରେ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । କିନ୍ତୁ ମନ୍ଦିର ମରାମତି ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ଦେବୋତ୍ତର ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏହି ପୁରାତନ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

related posts

Leave a Comment