Home Breaking News / ତାଜା ଖବର ଖୁଲମ ଖୁଲା ଚାଲିଛି ପିଡ଼ିଏସ ଚାଉଳର କଳାବଜାରୀ

ଖୁଲମ ଖୁଲା ଚାଲିଛି ପିଡ଼ିଏସ ଚାଉଳର କଳାବଜାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): କରୋନା ମହାମାରୀ ସମୟରେ ଦଲାଲ ମାନଙ୍କର ବେଧଡକ ଚାଲିଛି ପିଡ଼ିଏସ ଚାଉଳ ଚୋରା କାରବାର l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡାମେଟା ଗ୍ରାମପଂଚାୟତ ଠାରେ । ଖୁଲମ ଖୁଲା କିଭଳି ଭାବରେ ଦଲାଲ ମାନେ ଦଲାଲଗିରି ଚଳାଇଛନ୍ତି l
କିଛି ସ୍ୱାର୍ଥ ପର ଦଲାଲ ମାନେ ପିଡ଼ିଏସ ଚାଉଳ କୁ ଗରିବ ହିତାଧିକାରୀ ମାନଙ୍କ ଠାରୁ ୦୧ ଟଙ୍କିଆ ଚାଉଳ କୁ ୧୩ ଟଙ୍କାରୁ ୧୫ ଟଙ୍କାରେ ରେ କିଣୁଥିବା ଦେଖିବାକୁ ମିଳିଛି l ଟଙ୍କା ଲୋଭ ରେ କିଛି ହିତାଧିକାରୀ ଚାଉଳ ବିକ୍ରି କରି ଦେଉଛନ୍ତି l କେବଳ ଚାଉଳ ନୁହେଁ କିରୋସିନ ମଧ୍ୟ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l ଏଠାରେ ପ୍ରଶ୍ନ ଉଠୁଛି କି ଯାହାର ଖାଦ୍ୟ ପାଇଁ ଅଭାବ ନାହିଁ ତାଙ୍କୁ ଚାଉଳ କାର୍ଡ କେମିତି ଦିଆଗଲା l ସର୍ବ ସାଧାରଣ ସବୁ ଜାଣିପାରୁଛନ୍ତି l କିନ୍ତୁ ପ୍ରଶାସନକି ଅଧିକାରୀ ମାନେ କିଭଳି ଜାଣିପାରୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛ l ଏ ନେଇ ଆମେ କୋରୁକୋଣ୍ଡା ଏମ. ଆଇ ଙ୍କୁ ପଚାରିବାରୁ ସେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି l ସରକାରଙ୍କୁ ସାଧାରଣରେ ଅନୁରୋଧ କରିଛନ୍ତି ଆଉ ଥରେ ଏହି କାର୍ଡ ପୁନର୍ବାର ସର୍ବେକ୍ଷଣ କରି ପ୍ରକୃତ ଗରିବ ହିତାଧିକାରୀ ଙ୍କୁ କାର୍ଡ ପ୍ରଦାନ କରାଯାଉ l

related posts

1 comment

Deepak Kumar majhi June 17, 2021 - 2:58 pm

👍

Reply

Leave a Comment