Home Breaking News / ତାଜା ଖବର ସତ୍ୟ ନାଡେଲା ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ

ସତ୍ୟ ନାଡେଲା ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପର ନୂତନ ଚେୟାରମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମାଇକ୍ରୋସଫ୍ଟ କର୍ପ ଜନ୍ ଥମ୍ପସନଙ୍କ ସ୍ଥାନରେ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କୁ ଏହାର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି। ସତ୍ୟ ନାଡେଲା ୨୦୧୪ରେ ଷ୍ଟିଭ୍ ବଲମେରଙ୍କ ଠାରୁ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ଲିଙ୍କଡଇନ୍, ନ୍ୟୁଆନ୍ସ କମ୍ୟୁନିକେସନ୍ ଓ ଜେନିମାକ୍ସ ପରି ବିଲିୟନ ଡଲାରର ଅଧିଗ୍ରହଣ ସହିତ ଏହାର ବ୍ୟବସାୟକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କମ୍ପାନୀ କହିଛି ଯେ ୨୦୧୪ରେ ସଫ୍ଟୱେର୍ କମ୍ପାନୀର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଥମ୍ପସନ୍ ମାଇକ୍ରୋସଫ୍ଟରେ ମୁଖ୍ୟ ନିର୍ଦ୍ଦେଶକ ଭାବରେ କାର‌୍ୟ୍ୟ କରିବେ।

related posts

Leave a Comment