Home Breaking News / ତାଜା ଖବର ଏଥର ବଜାରରେ କେବଳ ବିକ୍ରି ହେବ ହଲମାର୍କ ସୁନା

ଏଥର ବଜାରରେ କେବଳ ବିକ୍ରି ହେବ ହଲମାର୍କ ସୁନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନା କିଣିବା ସମୟରେ ଆଉ ଠକାମୀର ଶିକାର ହେବେନି ଗ୍ରାହକ । ବଜାରରେ କେବଳ ହଲମାର୍କ ସୁନା ବିକ୍ରି ହେବ । ଏନେଇ ଆଗରୁ ରହିଥିବା ଗାଇଡଲାଇନକୁ ଅଧିକ କଡା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ବାଣିଜ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ପୁରୁଣା ଷ୍ଟକ୍ ସରିବା ଯାଏଁ ହଲମାର୍କ ନେଇ ବ୍ୟବସାୟୀଙ୍କ ଉପରେ କୌଣସି ଫାଇନ୍ ପଡିବ ନାହିଁ । ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖ ଯାଏଁ ଏହି କଟକଣା କୋହଳ ହେଉଥିବା ବେଳେ କୗେଣସି ମାଲ୍ ମଧ୍ୟ ଜବତ କରାଯିବ ନାହିଁ । ଗାଇଡଲାଇନ ଅନୁସାରେ ୧୪, ୧୮, ୨୨ କ୍ୟାରେଟର ହଲ୍‌ମାର୍କ ସୁନା ଗହଣା ବିକ୍ରି ହେବ । ଗତ ୫ ବର୍ଷ ଭିତରେ ହଲମାର୍କ ସେଣ୍ଟର ୨୫ ପ୍ରତିଶତ ବଢିଛି । ଏଥିପାଇଁ ସୁନାକୁ ହଲମାର୍କ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଆଇଏସ ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ କୁହାଯାଇଛି । ନଭେମ୍ବର ୨୦୧୯ରେ ଏହି ଗାଇଡଲାଇନ୍ ପ୍ରକାଶ କରିଥିଲେ ସରକାର ।

related posts

Leave a Comment