Home Breaking News / ତାଜା ଖବର ଗୁଣୁପୁର ଭାଜପା ବେଆଇନ ବାଲି ଚାଲାଣ ରୋକିବାକୁ ଦାବୀ ପତ୍ର ପ୍ରଦାନ

ଗୁଣୁପୁର ଭାଜପା ବେଆଇନ ବାଲି ଚାଲାଣ ରୋକିବାକୁ ଦାବୀ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ୱାଇ .ଗଣପତିଙ୍କ ନେତୃତ୍ୱରେ ଗୁଣପୁର ବିଜେପି ଦ୍ୱାରା ଏ ଅଂଚଳର ବାଲି ସମସ୍ୟା ନେଇ ଏକ ଦାବିପତ୍ର ଗୁଣପୁର
ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି | ଗତ ଜୁନ ଏକ ତାରିଖଦିନ ପାଇଥିବା ସୂଚନା ଅଧିକାର ଆଇନ ବଳରେ ଗୁଣପୁର ଅଂଚଳର ବାଲି ଆନ୍ଧ୍ର ପଠାଯାଇପାରିବନାଇଁ କିନ୍ତୁ ପେଙ୍ଗୁଡ଼ା ବାଲି
ଘାଟରୁ ପ୍ରତିଦିନ ଶହ ଶହ ଟ୍ରକ ବାଲି ଆନ୍ଧ୍ର ଖୋଲାମ ଖୋଲା ପଠାଯାଉଛି | ଏଥିରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରଉଛନ୍ତି | ଅନ୍ୟ ପଟେ ଗୁଣପୁର ଅଂଚଳର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକ ଗୋଟିଏ ଟ୍ରାକଟର ଲୋଡ ବାଲି
ଅଠର ଶହ ଟଙ୍କାରୁ ଦୁଇ ହଜାରପାଞ୍ଚଶହ ଟଙ୍କା ରେ କିଣି ଘର କାମ କରୁଛନ୍ତି | ମିଳିଥିବା ସୂଚନା ଅନୁଯାଇ ବାର୍ଷିକ 4200
କ୍ୱିବିକ ବାଲି ସେହି ଘାଟରୁ ନେବା କଥା କିନ୍ତୁ ପ୍ରତିଦିନ ଶହ ଶହ ଟ୍ରକ ବାଲି ଆନ୍ଧ୍ର ଚାଲାଣ ହେଉଛି | ଅନ୍ୟ ପଟେ ଗୁଣପୁର ଅଂଚଳର ଲୋକେ ବାଲି ଉଚିତ ମୂଲ୍ୟରେ ନପାଇ ଘର କାମ କରିପାରୁନାହାନ୍ତି |ଏହାର ପ୍ରତିକାର ଯଦି ଖୁବ ଶୀଘ୍ର କରାନଯାଏ ତା ହେଲେ ଆଗାମୀ ଦିନରେ ବିଜେପି ଜୋରଦାର ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓଲ୍ଲାଇବ | ଏଥିରେ ସହଯୋଗ କରିଥିଲେ ଶ୍ରୀନୁଵାସ ସ୍ୱାଇଁ ନଗରସଭାପତି, ପୃଥୀବିରଜ ପାଢ଼ୀ ଜଗନାଥପୁର ମଣ୍ଡଳ ସଭାପତି , ଟିଂକୁ ପଣ୍ଡା ନଗର ସମ୍ପାଦକ, ସତ୍ୟନାରାୟଣ ସାହୁ ସମ୍ପାଦକ, ଫାଲ୍ଗୁନୀ ଶବର ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀସଭ୍ୟ,ଜଗଦୀଶ ପାତ୍ର ନଗର ଉପସଭାପତି, ଅମର କୁମାର ସାହୁ ଜିଲ୍ଲା ଯୁବ ମୋର୍ଚ୍ଚା ସକ୍ରିୟ ସଭ୍ୟ,ଗୋପାଳ କୃଷ୍ଣ ଦେଵପାତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା|

related posts

1 comment

Deepak Kumar majhi June 17, 2021 - 5:20 pm

👍

Reply

Leave a Comment