Home Breaking News / ତାଜା ଖବର ଅପହଞ୍ଚ ଇଲାକାରେ ବ୍ଲକ୍ ପ୍ରଶାସନ ବାଣ୍ଟିଲେ ଭତ୍ତା: ଗାଁ ଲୋକେ କଲେ ସ୍ଵାଗତ

ଅପହଞ୍ଚ ଇଲାକାରେ ବ୍ଲକ୍ ପ୍ରଶାସନ ବାଣ୍ଟିଲେ ଭତ୍ତା: ଗାଁ ଲୋକେ କଲେ ସ୍ଵାଗତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ସମୟରେ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ କରୋନା ସଂକ୍ରମଣ ନେଇ ସଚେତନତା ସୃଷ୍ଟି କରିବା ସହ ଭତ୍ତା ବଣ୍ଟନ କରୁଛନ୍ତି ରାଇକିଆ ବିଡ଼ିଓ ପ୍ରବିଣ କୁମାର ବାଣୁଆ ଏବଂ ତାଙ୍କ ସହକର୍ମୀ। ଗ୍ରାମବାସୀଙ୍କ ଅଭାବ ଅସୁବିଧା ଏବଂ ସମସ୍ୟା ମଧ୍ୟ ପଚାରି ବୁଝିଛନ୍ତି ବିଡିଓ। ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପରି ଅନେକ ସ୍ଥାନ ରହିଛି ସେଠାରେ ପ୍ରଶାସନର ପାଦ ପଡୁନଥିବା ବେଳେ ବୁଧବାର ବିଡ଼ିଓ ବାଣୁଆ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁର୍ଗମ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ଇନ୍ଦ୍ରଗଡ ପଞ୍ଚାୟତର ରତିଙ୍ଗିଆ ଏବଂ ଦୁବା ଗ୍ରାମକୁ ଯାଇ ପହଞ୍ଚିଥିଲେ ବ୍ଲକ୍ ପ୍ରଶାସନ। ବ୍ଲକ୍ ଠାରୁ ପ୍ରାୟ ୨୫ କିଲୋମିଟର ଏହି ଗ୍ରାମରେ ପ୍ରାୟ ୭୦ ପରିବାର ବସବାସ କରୁଛନ୍ତି। ଇନ୍ଦ୍ରଗଡ ପଞ୍ଚାୟତ ଠାରୁ ୫ କିମି ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଚଢ଼ି ଚାଲି ଚାଲି ବିଡ଼ିଓଙ୍କ ସମେତ କର୍ମଚାରୀ ମାନେ ପହଞ୍ଚିଥିଲେ। ବ୍ଲକ୍ ପ୍ରଶାସନଙ୍କୁ ନିଜର ନିକଟରେ ପାଇ ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରିବା ସହ ଫୁଲ ବନ୍ଦାପନା କରି ସ୍ଵାଗତ କରାଯାଇଥିଲା। ଏବଂ ନଦିଆ କିର୍ତ୍ତନ ବଜାଇ ପ୍ରଶାସନଙ୍କୁ ପାଛୋଟି ନେଇଥିଲେ ଗ୍ରାମ ମଧ୍ୟକୁ।ଏଥି ପୁର୍ବରୁ କେବେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ସେହି ଅପହଞ୍ଚ ଗ୍ରାମକୁ ଆସିବା ଜାଣି ନଥିବା କହିଥିଲେ ଗ୍ରାମବାସୀ।
କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ତିନି ମାସର ଅଗ୍ରୀମ ଭତ୍ତା ଟଙ୍କା ବୁଦ୍ଧବୃଦ୍ଧା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏବଂ ଏହି କରୋନା ସଂକ୍ରମଣକୁ ଭୟଭୀତ ନହୋଇ ଗୁଜବକୁ ବିଶ୍ବାସ ନକରି ସଚେତନତ ହୋଇରହିବା ସହ ଟିକା କରଣ କରିବା ପାଇଁ ଲୋକଙ୍କୁ ଉତ୍ସାହତ କରିଥିଲେ ବିଡ଼ିଓ। ଇନ୍ଦ୍ରଗଡ ପଞ୍ଚାୟତର ସେହି ଦୁଇ ଗାଁ ରେ ରହିଛି ଅନେକ ସମସ୍ୟା।ସରକାର ଜନହିତକର ଯୋଜନାରେ ନାଅଛି ରାସ୍ତା ଘାଟ, ବିଜୁଳି ଆଲୁଅ,ପାନୀୟ ଜଳର ଅଭାବ ରହିଥିବା ବେଳେ ଗୋଟିଏ ମାତ୍ର କୁଅ ରହିଛି ସେଥିରେ ଗାଁ ବାସୀ ଚଳୁଛନ୍ତି।ରାସ୍ତା ନଥିବା ଯୋଗୁଁ ନଳକୂପ ଖୋଳାଯାଇ ପାରୁନାହିଁ।ଆବାସ ଘର କିଛି ସମ୍ପୃକ୍ତ ହୋଇଥିବାବେଳେ ଆଉ କିଛି ଅଧ ପାନ୍ତରିୟା ଭାବେ ରହିଛି ଏହି ପରି ଅନେକ ସମସ୍ୟା ନେଇ ପ୍ରଶାସନଙ୍କୁ ଅବଗତ କରାଇଥିଲେ ଗ୍ରାମବାସୀ। ଏହି ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନ ତରଫରୁ ଗାଁ ର ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବା ଥିବାବେଳେ ରାସ୍ତା ଏବଂ ନଳକୂପ କିପରି ଖୋଳା ଯାଇ ପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା।
ଏହି କରୋନା ମହାମାରୀ ସମୟରେ ବିଡ଼ିଓ ବିଭିନ୍ନ ଦୁର୍ଗମ ଅଞ୍ଚଳର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଏବଂ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ଲୋକେ ସୁବିଧା ପାଇବେ ଏବଂ ଗ୍ରାମର ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ବ୍ଲକ୍ ପ୍ରଶାସନ।ଏହି ଦୁର୍ଗମ ଅଞ୍ଚଳ ଗସ୍ତରେ ବ୍ଲକ୍ ର ବିଭିନ୍ନ ବିଭାଗର ଅଧିକାରୀ କେଦାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ବିଷୋୟୀ,କମଲ ପ୍ରସାଦ ନାୟକ,ସୁନା ଚାନ୍ଦ ବିରୁପାକ୍ଷ ଭୋଇ, ପତିତପାବନ ପଟ୍ଟନାୟକ, ଇନ୍ଦ୍ରଗଡ ସରପଞ୍ଚ ଦୁନିଆ ମଲ୍ଲିକଙ୍କ ସହ ମେମ୍ବର ଉପସ୍ଥିତ ଥିଲେ। ଏଠାରେ ସୂଚନା ଥାଉକି ଏକ ମାସ ପୁର୍ବେ ଦୁର୍ଗମ ଅଞ୍ଚଳ ଅଚିନ୍ତା ପୁର ଗ୍ରାମକୁ ବ୍ଲକ୍ ପ୍ରଶାସନ ଗସ୍ତ କରି ସେଠାକାର ସମସ୍ୟା ନେଇ କାର୍ଯ୍ୟ କରିବାର ପଦକ୍ଷେପ ନେଇଥିଲେ।ଏବଂ ଗ୍ରାମକୁ ରାସ୍ତା କାମ କରାଯାଉଥିବା ଜଣାପଡିଛି।

related posts

1 comment

Deepak Kumar majhi June 17, 2021 - 3:00 pm

👍

Reply

Leave a Comment