Home Breaking News / ତାଜା ଖବର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ମାହାଙ୍ଗା ଥାନା କଟକ-ପଟ୍ଟାମୁଣ୍ଡାଇ କେନାଲ ର କୁସୁପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍ ରେ ଯାଉଥିବା ବେଳେ, ଏହି କେନାଲ ବନ୍ଧ ଉପରେ ଥିବା ଏକ ଜେସିବି ମେସିନ ରେ ମାଡ଼ ହୋଇ ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟ ଜଣଙ୍କୁ ମାହାଙ୍ଗା ଅଗ୍ନିଶମ ବିଭାଗ ଦ୍ଵାରା ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବା ବେଳେ ମୃତ ବ୍ୟକ୍ତି ଦୀପକ ବିଶ୍ଵାଳଙ୍କ ଘର ଇନ୍ଦୁପୁର ହୋଇଥିବା ବେଳେ ଗୁରୁତର ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନରଣପୁର ଗାଁ ବୋଲି ସୂଚନା ମିଳିଛି। ଉଭୟ ଭୁବନେଶ୍ୱର ରୁ କାମସାରି ଘରକୁ ଫେରୁଥିବା ବେଳେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଜେସିବି ଟିକୁ ଜାଳି ଦେଲେ। ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

related posts

Leave a Comment