Share with
ଭୁବନେଶ୍ୱର: ଜୁନ୍ ୧୭ ତାରିଖରେ ରାଜ୍ୟ ସରକାର ରାଜ୍ୟରେ ଆଂଶିକ ଲକଡାଉନ କୋହଳ କରିଛନ୍ତି । ଏହାରି ଭିତରେ
କିନ୍ତୁ ଶ୍ରଦ୍ଧାଳୁଙ୍କୁ କାଳିଆ ଠାକୁରଙ୍କ ଦର୍ଶନ ନେଇ କୌଣସି ସୁବିଧା ହୋଇନି । ବୁଧବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର କେବେ ଖୋଲିବ ସେନେଇ ବଡ ନିଷ୍ପତି ନିଆଯାଇଛି । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆସନ୍ତା ଜୁଲାଇ ୨୫ ତାରିଖ ଯାଏଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ପୂର୍ବରୁ ଜୁନ୍ ୧୭ ତାରିଖ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । ବୁଧବାର ବୈଠକରେ ଏହି ତାରିଖକୁ ଆହୁରି ବୃଦ୍ଧି କରି ଜୁଲାଇ ୨୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ରଥ ଯାତ୍ରା ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ନେଇ ଯେଉଁ ଆଶା ରହିଥିଲା ତାହା ଏବେ ମଳିନ ପଡିଛି ।
1 comment
Good decision