ଜୁନାଗଡ଼(ରବି ଶଙ୍କର ସୁନାନୀ): ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ସହାୟତା ରେ ବିଜେଡି କର୍ମୀମାନେ ଜୁନାଗଡ଼ ବ୍ଲକ ର ପ୍ରତ୍ୟେକ ପଂଚାୟତ ର ୧୦୦ ଜଣ ଲେଖାଏଁ ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l କରୋନା କଟକଣା ଯୋଗୁଁ ବହୁ ଲୋକ ପ୍ରଭାବିତ ହୋଇଥିବା ବେଳେ ନିଜର ଜୀବିକା ହରାଇ ବେରୋଜଗର ହୋଇ ଘରେ ପଡ଼ି ରହିଛନ୍ତି l ପୁଣି ଏହି ଲାକଡାଉନ ସମୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ମଧ୍ୟ ହେଉଛନ୍ତି l ଏପରି ପରିସ୍ଥିତିରେ ବିଜେଡି ପକ୍ଷରୁ ଜୁନାଗଡ଼ ବ୍ଲକ ର୩୪ ଗୋଟି ପଂଚାୟତ ର ଗରିବ ନିରୀହଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲ l ପ୍ରଥମେ ବଣି ଜରା ଗ୍ରାମ ପଂଚାୟତର ପୁରୁଣା ସର ଗ୍ରାମରେ ବିଜେଡି ଯୁବ ନେତା ତାରା ଶଙ୍କର ରାୟଗୁରୁ ,ରାଜପୁର ସରପଞ୍ଚ ଶିବ ପ୍ରସାଦ ଭୋଇ ,ରାଜିନ୍ଦ୍ର ମେହେର ,ବାଲ୍ମୀକି ନ।ଏକ ପ୍ରମୁଖ ଉପସ୍ଥିତ ରହି ରlସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କୁ ଉଧଘ।ଟନ କରିଥିଲେ ।ଏହାପରେ ବ୍ଲକ ର ସବୁ ପଞ୍ଚାୟତ କୁ ଯାଇ ଗରିବ ନିରୀହ ଲୋକଙ୍କୁ ମାଗଣାରେ ରlସନ ସାମଗ୍ରୀ ବଣ୍ଟନ କରିବାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ବେହେରା ,ରାଜିନ ମାଝି ,ପଦ୍ମ କିଶୋର ଶବର ,ରମେଶ ସାହୁ ,ଉଦିତ ବେହେରା ଏବଂ କଲେଶ୍ୱର ,ସୁପ୍ରସନ୍ନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଗରୀବ ଅସହାୟ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ବାଣ୍ଟିଲେ ବିଜେଡି କର୍ମୀ
Share with
previous post
1 comment
👍