ଜୁନାଗଡ଼(ରବି ଶଙ୍କର ସୁନାନୀ):ଗତ ୨୦୧୧ ମସିହା ଡିସେମ୍ବର ୩୧ ତାରିଖରେ ସରକାର ସ୍ବାକ୍ଷର ଭାରତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ଅନେକ ଶିକ୍ଷତ ଯୁବକ ଯୁବତୀ ମାନଙ୍କୁ ସାମିଲ କରି ବୁଢ଼ାବୁଢ଼ୀ ମାନଙ୍କୁ ଶିକ୍ଷାଦାନ ଦେବା ସହ ପଞ୍ଚାୟତ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରେରକ ନିଯୁକ୍ତି କରିଥିଲେ । ଏଥିରେ
କଳାହାଣ୍ଡି ଜିଲ୍ଲାର ୫୪୬ ଜଣ ଯୁବକ ଓ ଯୁବତୀ ୨୭୩ ଟି ପଞ୍ଚାୟତ ରେ ପ୍ରେରକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୭ ମସିହାରେ ଏହି ପ୍ରେରକ ମାନଙ୍କୁ ସରକାରୀ ଭାବେ କିଛି ନ ଜଣାଇ ବିଭିନ୍ନ ସରକାରୀ କାର୍ଯ୍ୟରୁ ଦୁରେଇ କୌଣସି କାର୍ଯ୍ୟକ୍ରମରେ ସାମିଲ କଲେ ନାହିଁ । ଅନେକେ ଥର ପ୍ରେରକ ମାନେ ସରକାରଙ୍କୁ ଏନେଇ ଜଣାଉଥିଲେ ସୁଦ୍ଧା ଏମାନଙ୍କ ଆଡ଼କୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଅନ୍ୟ ପକ୍ଷରେ ଏମାନଙ୍କୁ ସରକାର ଯେଉଁ ୨୦୦୦ ଟଙ୍କା ସହାୟତା ଦେଉଥିଲା ତାହା ମଧ୍ୟ ଗତ ୨୦୧୭ ମସିହାରୁ ବନ୍ଦ କରିଦେଇଛନ୍ତି । ବର୍ତ୍ତମାନ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନାହାଁନ୍ତି । ଫଳରେ ଏହି ପ୍ରେରକ ପରିବାର ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଅଛନ୍ତି । ଅନେକ ପ୍ରେରକ ମାନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ମଧ୍ୟ ଚାଲି ଯାଉଛନ୍ତି । ବର୍ତ୍ତମାନ କରୋନା ଯୋଗୁଁ ଦାନା ଯୋଗାଡ଼ କରିପାରୁ ନାହାନ୍ତି । ତେଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରେରକ ମାନଙ୍କୁ ପଞ୍ଚାୟତ କିମ୍ବା ସ୍କୁଲରେ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ଆଜି କଳାହାଣ୍ଡି ପ୍ରେରକ ସଙ୍ଘ ପକ୍ଷରୁ ଶିଳ୍ପ, ଶକ୍ତି, ଏମଏସଏମଇ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସ୍ବାକ୍ଷର ଭାରତ ପ୍ରେରକ ସଂଘର ଉପସଭାପତି ଗରୁଡ଼ଧ୍ଵଜ ବେଣୁପାଣି, ବ୍ଲକ ସମ୍ପାଦକ ଛବିଲାଲ ବିହାରୀ, ଅକ୍ରୁର ମହାଳିକ, ବସନ୍ତ କୁମାର ସିଂ , ଭାରତୀୟ ମଜଦୂର ସଂଘର ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରେରକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ
Share with
previous post
1 comment
Nice