Share with
ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଖଣ୍ଡପଡ଼ା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଓ ନୟାଗଡ଼ ଶାଖା ପକ୍ଷରୁ ଜନସାଧାରଣଙ୍କ କୋଭିଡ -୧୯ ପରିପ୍ରେକ୍ଷୀରେ ସଚେତନତା କରାଯିବା ସହ ମାକ୍ସ, ବିସ୍କୁଟ ଓ ପାଣିବଟଲ ବଣ୍ଟନ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ନିୟମକୁ ମାନିବା ସାନିଟାଇଜର ବ୍ୟବହାର କରିବା ସହ ଘରେ ରହିବା ସମ୍ପର୍କରେ ସଚେତନ କରାଯାଇଥିଲା।ଏ ଅବସରରେ ଖଣ୍ଡପଡ଼ା ଥାନାରେ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀ ଙ୍କୁ କୋଭିଡ ଯୋଦ୍ଧା ଭାବେ ସଂଘ ପକ୍ଷରୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
1 comment
Nice