Home Breaking News / ତାଜା ଖବର ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ: କ’ଣ ଖୋଲା ଓ କ’ଣ ବନ୍ଦ ଜାଣନ୍ତୁ

ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ: କ’ଣ ଖୋଲା ଓ କ’ଣ ବନ୍ଦ ଜାଣନ୍ତୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେତେକ ଜିଲ୍ଲାରେ କଟକଣା ଅଧିକ କୋହଳ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ କଟକଣାକୁ କମ୍ ମାତ୍ରାରେ କୋହଳ କରାଯାଇଛି । ତେବେ ଏହାରି ମଧ୍ୟରେ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବା ।
କଣ ବନ୍ଦ ରହିବ:
ଜୁଲାଇ ୧ ଯାଏ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ । ସିନେମା ହଲ, ମଲ୍, ଜିମ୍, ସୁଇମିଂ ପୁଲ ବନ୍ଦ ରହିବ । ସ୍ପା, ସେଲୁନ୍, ବିୟୁଟି ପାର୍ଲର ବନ୍ଦ ରହିବ । ସେହିଭଳି ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

କଣ ଖୋଲା ରହିବ:
ହସ୍ପିଟାଲ, ନର୍ସିଂହୋମ୍, ଟେଲିମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ଗ୍ୟାରେଜ, ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ୍, ମିସ୍ତ୍ରୀ କାମ ଜାରିରହିବ । ବ୍ୟାଙ୍କ୍ , ଏଟିଏମ ସେବା ଜାରି ରହିବ । ୫୦% କର୍ମଚାରୀରେ ସରକାରୀ ଏବଂ ଘରୋଇ ଅଫିସ କାର୍ଯ ଜାରି ରହିବ ।

related posts

1 comment

Deepak Kumar majhi June 16, 2021 - 5:33 pm

👍

Reply

Leave a Comment