Home Breaking News / ତାଜା ଖବର ଏଲଜେପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛି ଜେଡିୟୁ: ଚିରାଶ ପାଶୱାନ

ଏଲଜେପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛି ଜେଡିୟୁ: ଚିରାଶ ପାଶୱାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିହାରରେ ଦାଦା-ପୁତୁରା କଳି ଏବେ ଦେଶର ରାଜନୀତିରେ ପାଲଟିଛି ଚର୍ଚାର ବିଷୟ । ଏହାରି ଭିତରେ ଲୋକଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱାନ ବୁଧବାର ସାଂବାଦିକ ସମ୍ମିଳନୀ କରି ନିଜ ମନର କଥା କହିଛନ୍ତି । ଆଜି ପାଟଣାଠାରେ ଚିରାଗ ପାସଓ୍ବାନଙ୍କ ସମର୍ଥକମାନେ ବିଦ୍ରୋହୀ ନେତା ପଶୁପତି ପାରସଙ୍କ ବାସଭବନ ଆଗରେ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ଦଳର ଏହି ସଂକଟ ପାଇଁ ଚିରାଗ ପାସଓ୍ବାନ ଆଜି ଜନତା ଦଳ ୟୁନାଇଟେଡକୁ ଦାୟୀ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଙ୍କ ଦଳରେ ବିଭାଜନ ପାଇଁ ଜେଡିୟୁ ଷଡ଼ୟନ୍ତ୍ର କରୁଛି । ଏପରିକି ତାଙ୍କ ପିତା ରାମ ବିଳାଶ ପାସଓ୍ବାନ ଜୀବିତ ଥିବାବେଳେ ବି ତାଙ୍କ ଦଳରେ ବିଭାଜନ ପାଇଁ ଜେଡିୟୁ ଉଦ୍ୟମ କରୁଥିଲା । ସେ ମଧ୍ୟ ପଶୁପତି ପାରସ ନେଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି । ଦଳର ସମ୍ବିଧାନରେ ପଶୁପତିଙ୍କୁ ଏପରି କୌଣସି କ୍ଷମତା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅସୁସ୍ଥ ଥିବାବେଳେ ପଶୁପତି ତାଙ୍କ ସହ ବିଶ୍ବାସଘାତକତା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ନିଜକୁ ବାଘ ଛୁଆ ବୋଲି କହି ଚିରାଗ କହିଛନ୍ତି ଯେ ସେ ଦଳକୁ ବଞ୍ଚାଇ ରଖିବାକୁ ଲଢେଇ କରିଚାଲିବେ ।

related posts

1 comment

Deepak Kumar majhi June 16, 2021 - 5:59 pm

👍

Reply

Leave a Comment