Home Breaking News ଧରାପୃଷ୍ଠରେ ପାଦ ଥାପି ଚାଲୁଛି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ

ଧରାପୃଷ୍ଠରେ ପାଦ ଥାପି ଚାଲୁଛି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ

by Times One Odia
Share with
     
 
 
   

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ମୌସୁମୀର ଆଗମନ ପରେ ଏବେ ଧରାପୃଷ୍ଠରେ ପାଦ ଥାପି ଥାପି ଚାଲୁଛି ଲାଲ ଟୁକ ଟୁକ ସାଧବ ବୋହୂ |ସବୁଜିମା ଭରା ବାଲିର ଘାସ ଗାଲିଚାରେ ନାଲି ଓଢଣୀ ତଳେ ମୁରୁକି ହସୁଛି ନାଲି ଟୁକୁଟୁକୁ ସାଧବ ବୋହୂ । ନିଜର ଗୁଲୁ ଗୁଲିଆ ସୁନ୍ଦରତାରେ ମନ୍ତ୍ରମୁଗ୍ଧ କରୁଛି ଆବାଳ ବୃଦ୍ଧବନିତାଙ୍କୁ । ପୂର୍ବରୁ ବହୁଳ ମାତ୍ରାରେ ଦେଖାବାକୁ ମିଳୁଥିବା ଏହି ଲାଲ ସୁନ୍ଦର ସାଧବ ବୋହୁଙ୍କୁ ଏବେ କାଁ ଭାଁ ଦେଖିବାକୁ ମିଳୁଛି । ଏହି ସାଧବ ବୋହୁଙ୍କୁ ଯିଏ ବି ଦେଖେ କିଛିକ୍ଷଣ ପାଇଁ ସେ ମଧ୍ୟ କବି ପାଲଟିଯାଏ |ସତରେ ନିଜର ସୌନ୍ଦର୍ଯ୍ୟତାରେ ମନ୍ତ୍ର ମୁଗ୍ଧ କରିଛି ଆବାଳ ବୃଦ୍ଧ ବନିତାଙ୍କୁ |
ବର୍ଷା ଋତୁର ଆଗମନ ରେ ଏମାନେ ଆସିଥାନ୍ତି ଏବଂ ଋତୁ ଶେଷ ପରେ କୁଆଡେ ଚାଲିଯାଇଥାନ୍ତି । କେହି କେହି କେହି ମଧ୍ୟ କୁହନ୍ତି ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଏମାନେ ଆସିଥାନ୍ତି, ହେଲେ କାକଟପୁର ଅଞ୍ଚଳର ନୌବାଣିଜ୍ୟ ର ଐତିହ୍ୟ ବହନ କରିଥିବା ବୋଇତକୁଦ ଗ୍ରାମ ରେ ଏବେ ଏହି ସାଧବ ବୋହୁଙ୍କୁ ଦେଖିବାକୁ ମିଳିଛି l ଏହାକୁ ଦେଖି ଚଳିତ ବର୍ଷ ଭଲ ଚାଷ ହବ ବୋଲି କେତେକ ଚାଷୀ ମଧ୍ୟ ଆଶା ବାନ୍ଧିଛନ୍ତି lହେଲେ ଆଜିକା ମୁହୂର୍ତରେ ଯେଉଁଭଳି ଭାବେ ପରିବେଶ ପ୍ରଦୂଷଣ ଓ ଚାଷ ଜମିରେ କୀଟନାଶକ ପ୍ରୟୋଗ ଭିତରେ ବଳି ପଡୁଛନ୍ତି ପ୍ରକୃତି ରାଣୀର ଏହିପରି ଅନେକ ଅନେକ କୀଟ ପତଙ୍ଗ ଓ ଜୀବ ଜନ୍ତୁ l
ବିଲୁପ୍ତି ପଥରେ ଥିବା ଏ ସାଧବ ବୋହୁ ପରିବାର କୁ ଦେଖି ଶିଖିବାକୁ ପଡିବ, ଯଦି ଆମେ ପରିବେଶ କୁ ଏବେଠୁ ନ ସଜାଡ଼ିବା ତେବେ ଏମିତି ଅନେକ ପ୍ରଜାତି ଆଉ କେବେ ଦେଖିବାକୁ ମିଳିବ ନାହିଁ l ଏଥିପ୍ରତି ସାଧାରଣ ଜନସାଧାରଣ ଓ ସରକାର ଦୃଷ୍ଟି ଆକର୍ଷଣ କରିବା ନିହାତି ଆବଶ୍ୟକ ରହିଛି |

related posts

1 comment

Deepak Kumar majhi June 16, 2021 - 5:44 pm

Wow

Reply

Leave a Comment