Home Breaking News ଭାରତକୁ ସହାୟତା ନାଁରେ ଆତଙ୍କୀଙ୍କ ପାଇଁ ବଡ ପରିମାଣର ଅର୍ଥ ଆଦାୟ କରିଛି ପାକ୍ ଚାରିଟି ସଂସ୍ଥା

ଭାରତକୁ ସହାୟତା ନାଁରେ ଆତଙ୍କୀଙ୍କ ପାଇଁ ବଡ ପରିମାଣର ଅର୍ଥ ଆଦାୟ କରିଛି ପାକ୍ ଚାରିଟି ସଂସ୍ଥା

by Times One Odia
Share with
     
 
 
   

କରୋନା କାଳରେ ଯେତେଯାହା କଲେ ବି ପାକିସ୍ତାନ ଏହାର ନକରାତ୍ମକ ଚିନ୍ତାଧାରାରୁ ବାହାରକୁ ଆସୁନି । ପାକିସ୍ତାନର ଚାରିଟି ସଂସ୍ଥା କରୋନା କାଳରେ ଭାରତକୁ ସହାୟତା ନାଁରେ ଆଦାୟ କରିଥିଲା ବଡ ପରିମାଣର ଅର୍ଥ । ସୂଚନା ଅନୁସାରେ ଏହି ଅର୍ଥର ପରିମାଣ କୁଆଡେ ୧.୮ କୋଟି ଡଲାର ହେବ । ୨୦୨୧ ଏପ୍ରିଲ ୨୭ ତାରିଖ ସୁଦ୍ଧା ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ହେଲପଇଣ୍ଡିଆବ୍ରେଥ ନାଁରେ କ୍ୟାମ୍ପେନ କରାଯାଇଥିଲା । ଏଥିରେ ୧.୮ କୋଟି ଡଲାର ଆଦାୟ ଟାର୍ଗେଟ୍ ରଖାଯାଇଥିଲା । ବର୍ତମାନ ଏହି ଅର୍ଥରାଶି ସଂଗ୍ରହ କରୁଥିବା ସଂସ୍ଥା ସହିତ ପାକିସ୍ତାନ ସେନା ସହିତ ଭଲ ସଂପର୍କ ଥିବା କୁହାଯାଉଛି । ଏହି ଚାରିଟି ସଂସ୍ଥାର ଅଫିସ ମଧ୍ୟ ପାକିସ୍ତାନରେ ରହିଛି । କରୋନା କାଳରେ ଭାରତକୁ ସହାୟତା ନାଁରେ ଆଦାୟ ହୋଇଥିବା ଏହି ଅର୍ଥ ଆତଙ୍କବାଦୀଙ୍କ ପାଇଁ ଖର୍ଚ କରାଯିବ ବୋଲି ଜଣାପଡିଛି ।

related posts

1 comment

Deepak Kumar majhi June 16, 2021 - 5:58 pm

ପାକିସ୍ଥାନ ସୁଧୁରିବ ନାହିଁ କେବେ

Reply

Leave a Comment