Home Breaking News / ତାଜା ଖବର ମୁନିଗୁଡା ପୋଲିସ ଦ୍ୱାରା ଟ୍ରକ ସହ ୪ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ

ମୁନିଗୁଡା ପୋଲିସ ଦ୍ୱାରା ଟ୍ରକ ସହ ୪ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁନିଗୁଡା(ରଞ୍ଜନ ସ୍ୱାଇଁ): ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତେଲେଙ୍ଗାପଦର ଗାଁ ନିକଟରୁ ଏକ ଟ୍ରକ ସହ ୪ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଥିବା ରେ ସଫଳ ହୋଇଛି ପୋଲିସ । ପୋଲିସ ଗାଡିକୁ ଦେଖି ଡ୍ରାଇଭର ଖସିଯିବାରେ ସକ୍ଷମ ହୋଇଛି । ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ୍ୟରୁ ଉର୍ଦ୍ଧ ହେବ l ଟ୍ରକ ଟି ବିହାର ଯାଉଥିବା ଜଣାପଡିଛି । କେବଳ ଆଜି ଏହି ସଫଳ ନୁହେଁ ଗତ କିଛିମାସ ହେବ ମୁନିଗୁଡା ଓ ବିଷମକଟକ ଥାନା ଅଞ୍ଚଳରେ ଏହି ଗଞ୍ଜେଇ ଗାଡି ଧରି ମାଫିଆ ମାନଙ୍କୁ ଧରିବାରେ ସକ୍ଷମ ହେବାରେ ସଫଳ ହେଉଛନ୍ତି ।ଗଂଜେଇ ମାଫିଆ ବି ନିଜ ଚାଲାଣ କୁ ଖାତିର ନ କରିବା ଜଣାପଡ଼ିଥିବା ବେଳେ ପୋଲିସ ଓ sdpo ଶ୍ରୀ ଆକାଶ ଚନ୍ଦ୍ର ସାହୁ ଙ୍କ ଛଞ୍ଚାଣ ନଜର ରୁ ବର୍ତ୍ତି ପାରୁନାହାନ୍ତି ମାଫିଆ । ତେବେ ପୋଲିସ ର ଏଭଳି ସଫଳତା କୁ ଭୁରି ପ୍ରଶଂସା ମିଳିଛି । ଆଗକୁ ଏ ଗଂଜେଇ ଧନ୍ଦା କେବେ ଲୋପ ପାଇବ ସମୟ କହିବ ।ହେଲେ ମୁନିଗୁଡା ପୋଲିସ ଥାନା ପରିଚାଳନା ର ସମସ୍ତ ଦାୟିତ୍ୱ ସଠିକ ଭାବେ ତୁଲେଇ ମଧ୍ୟ ଏ କରନା କଟକଣା ଭିତରେ ଗଂଜେଇ ମାଫିଆ ଙ୍କ ଏଭଳି ଉପଦ୍ରବ କୁ ପଣ୍ଡୁର କରିଚାଲିଥିବା ଓ ସଫଳତା ପାଇବା ପ୍ରୟାସ କୁ ସାଧୁବାଦ ଦିଆଯାଇଛି ।

related posts

Leave a Comment