Home Breaking News / ତାଜା ଖବର ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗଙ୍କ ୧୦୫ ତମ ଜନ୍ମ ଦିବସ ପାଳିତ

ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗଙ୍କ ୧୦୫ ତମ ଜନ୍ମ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ: ରାୟଗଡ ଜିଲା ଉପଖଣ୍ଡ ଗୁଣୁପୁର ଅଂଚଳର ଶବର ସମାଜର ବସବାସ ରହିଛି। ଏହି ଶବର ସମାଜର ସଂସ୍କୃତି ଓ ପରମ୍ପରା ନିଆରା ଅଟେ।ଆଜକୁ ଏକସହ ପାଞ୍ଚ ବର୍ଷ ପୂର୍ବେ ଏକ ମହାପୁରୁଷ ପଙ୍କରୁ ପଦ୍ମ ଫୁଟିଲା ଭଳି ଶବର ପଲିରେ ଜନ୍ମଗ୍ରହଣ କରିଥିଲେ। ସେ ଶବର ସମାଜର ଗୌରବ ଗରୀମାକୁ ଭୁଲି ସାରିଥିବା ପଥଭ୍ରଷ୍ଟ ଶବର ମାନଙ୍କୁ ନିଜ ସଂସ୍କୃତିକୁ ବଞ୍ଚାଇବା ପାଇଁ ଓ ସମସ୍ତ ଶବର ସମାଜକୁ ନିଜ ଭାଷାକୁ ଅକ୍ଷର ମାଧ୍ୟମ ଶବର ସମାଜକୁ ପ୍ରଦାନ କରିବାରେ ସଫଳ ହୋଇଥିଲେ।ତାଙ୍କ ବାସ ସ୍ଥାନ ଅଙ୍ଗେଇଡ଼ା ତାଙ୍କ ନାମ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ଅଟେ। ତାଙ୍କର ଶବର ଜାତି ପ୍ରତି ଅଶେଷ ପ୍ରେମ ଥିଲା ସେ ଜାତିର ଗୌରବ ଯେପରିକି ଜଗନାଥ ସଂସ୍କୃତି ସହ ଜଡିତ ବିଷୟ ଜାଣିଥିଲେ। ତାକୁ ବଞ୍ଚାଇବା ରଖିବା ପାଇଁ ଭାଷା ଲିପି ବାହାର କରି ଶିକ୍ଷା ଦେଉଥିଲେ। ଗାଁ ଗାଁ ପାଦରେ ଚାଲି ଚାଲି ବୁଲି ପାହାଡ଼ ଜଙ୍ଗଲ କୁ ଭୃକ୍ଷେପ ନ କରି ଲୋକ ନିନ୍ଦାକୁ ଖାତିର ନକରି ସମାଜ ସେବାରେ ଲାଗି ରହିଥିଲେ। ତାଙ୍କ ଜନ୍ମସ୍ଥାନ ରେ ଗୁଣୁପୁର ଶବର ସଙ୍ଘ ତରଫରୁ ଆୟୋଜିତ କରି ତାଙ୍କ ପରିବାର ସ୍ୱଜନ ଓ ଲବା,ଘନତ୍ରୀ,ମରିଚଗୁଡା, ପୁଟା ସାହି,ଆଦଲବସ, ଲାଉଗୁଡା. କୁଜେନ୍ଦ୍ରୀ, ଖରୀଆ, ଆମ୍ବବାଡ଼ି,ମେରିଙ୍ଗି,ଝରି ଲିଙ୍ଗଗୁଡା, କେରାଣ୍ଡୀ ଗୁଡା, ଟିଟିମିରି,ଭୀମ ପୁର,ମୁଣ୍ଡା ଗ୍ରାମର ଲୋକ ରୁଣ୍ଡ ହୋଇ ସ୍ବର୍ଗତ ଶ୍ରୀ ଗମଙ୍ଗଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଜନ୍ମଦିନ ଉତ୍ସବରେ ବରିଷ୍ଠ ଆଦିବାସୀ ଶବର ନେତା ବିଦ୍ୟା ଶବର,ଚକ୍ରପାଣି ଶବର, ମମ ଶବର,ବଳରାମ ଶବର, ହରିବନ୍ଧୁ ଶବର,ମାଧବ ଶବର ଓ ମଣ୍ଡୁ ଶବର ପ୍ରମୁଖ ଯୋଗ ଦେଇ ଥିଲେ।

related posts

1 comment

Deepak Kumar majhi June 16, 2021 - 5:46 pm

👍

Reply

Leave a Comment