Share with
ବଡମ୍ବା(ବିନୋଦ ନନ୍ଦ): ଆଜି ବଡ଼ମ୍ବାରେ କୋଭିଡ ସଚେତନତା ସହ କୋଭିଡ ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷାର ମଧୁବାବୁ ପେନସନ ପ୍ରଭୃତି ଯୋଜନା ଅନ୍ତର୍ଭୁକ୍ତ ସହାୟତା ବଡ଼ମ୍ବାରେ ୩୧ଟି ପଞ୍ଚାୟତର ୧୭୦ ଜଣଙ୍କୁ ୨ଟି ପର୍ଯ୍ୟାୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନପ୍ରତିନିଧି, ବିଡ଼ିଓ ଓ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା । ସମସ୍ତଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା ।
୨୦୦୦ ପୂର୍ବରୁ ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୧୨୬୭ ଥିଲାବେଳେ ୧୦୦ ଟଙ୍କା ଲେଖାଏଁ ଦିଆଯାଉଥିବା ବେଳେ ଆଜି ପରେ ୫୦୦ ଟଙ୍କା ୭୦୦ ଟଙ୍କା ଲେଖାଏଁ ବୟସ୍କ , ବୟସ୍କା, ବିଧବା, ଭିନ୍ନକ୍ଷମ, ଅଭିଆଡୀ ଝିଅଙ୍କ ଭତ୍ତା ସଂଖ୍ୟା ୧୮,୫୯୧ ରେ ପହଁଚିଲା । ଏହା ପୂର୍ବରୁ ମାସିକ ମାତ୍ର ୧ଲକ୍ଷେ ୨୬ହଜାର ଟଙ୍କା ବ୍ଲକ ଯାକରେ ପ୍ରଦାନ କରାଯାଉଥିବା ବେଳେ ଏବେ ଅନ୍ୱେଶତ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମାସିକ ସମଗ୍ର ୩୮ ଟି ପଞ୍ଚାୟତ ଜରିଆରେ ପ୍ରଦାନ କରାଯାଉଛି ।
1 comment
Good