Home Breaking News ମୁନିଗୁଡା ପୋଲିସ ଦ୍ୱାରା ଏକ ଟ୍ରକ ସହ 4 କୁଇଣ୍ଟାଲ 40 କେଜି ଗଞ୍ଜେଇ ଜବତ

ମୁନିଗୁଡା ପୋଲିସ ଦ୍ୱାରା ଏକ ଟ୍ରକ ସହ 4 କୁଇଣ୍ଟାଲ 40 କେଜି ଗଞ୍ଜେଇ ଜବତ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଗଞ୍ଜେଇ ଧରିବା ଘଟଣାକୁ ନେଇ ମୁନିଗୁଡା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା ବିଶେଷ ସୂତ୍ରରୁ ଗତ କାଲି ରାତ୍ରରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି
ତେଲେଙ୍ଗାପଦର ଗ୍ରାମ ନିକଟରୁ ଖବର ମୁତାବକ ଏକ ଟ୍ରକକୁ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ପୋଲିସ ଗାଡି ଦେଖି ଘଟଣା ସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଖସି ଯିବାରେ ସକ୍ଷମ ହୋଇଥିବା ଜଣାପଡିଛି l ଉକ୍ତ ଟ୍ରକ(BR 06 GA 6144) ରୁ ଗଞ୍ଜେଇ ଥିବା ଜଣାପଡିବା ପରେ ଟ୍ରକକୁ ଯବତ କରି ଥାନାକୁ ଆଣିଥିଲେ l ଟ୍ରକରେ 4 କୁଇଣ୍ଟାଲ 40 କେଜି ବୋଲି ଜଣାପଡିବା ବେଳେ ଆନୁମାନିକ ମୂଲ୍ୟ 40 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ତେବେ ଉକ୍ତ କେଶରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଏନେଇ ମୁନିଗୁଡା ଥାନା କେଶ ନମ୍ବର 76/21 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପିଡ଼ିଛି l ଉକ୍ତ ଗଞ୍ଜେଇ ତେଲେଙ୍ଗାପଦର ଅଞ୍ଚଳରୁ ବିହାର ରାଜ୍ୟ ଯିବାକୁ ଥିବା ଅନୁମାନ କରାଯାଉଛି lଅବକାରୀ ବିଭାଗ ଓ ପୋଲିସ ଅହରହ ଧରପଗଡ଼ କରି ଚୋରା ଗଞ୍ଜେଇ ଜବତ କରିବା ସହ ବହୁ ଅପରାଧୀଙ୍କୁ ଧରି କୋର୍ଟ ଚାଲାଣ କରିଛି କିନ୍ତୁ କେଉଁଠାରୁ ଆସୁଛି ତାର ମୂଳ କେଉଁଠି ଅଛି ତାର ଟେର ପାଇବାରେ କାହିଁକି ବିଫଳ ହେଉଛି ତାହା ତଦନ୍ତ ସାପେକ୍ଷ ଅଟେ।

related posts

1 comment

Deepak Kumar majhi June 16, 2021 - 5:43 pm

Good job

Reply

Leave a Comment