Home Breaking News ଦାରିଙ୍ଗବାଡି ପୋଲିସ ପଞ୍ଜାରେ ୪ ନକଲି ମାଓବାଦୀ

ଦାରିଙ୍ଗବାଡି ପୋଲିସ ପଞ୍ଜାରେ ୪ ନକଲି ମାଓବାଦୀ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପଞ୍ଜାରେ ୪ ନକଲି ମାଓବାଦୀ I ଏମାନେ ନିଜକୁ ମାଓବାଦୀ ବୋଲିପରିଚୟ ଦେଇ ଗତ ୧୦ ତାରିଖ ଦିନ ବିଳମ୍ୱିତ ରାତିରେ ଦାରିଙ୍ଗବାଡି ଥାନା ମକପାଟା ଗ୍ରାମର ପ୍ରମୋଦ ପ୍ରଧାନ ଓ ଟେ ପାରି ଗ୍ରାମର ବିଶ୍ଵନାଥ ପ୍ରଧାନ ଙ୍କ ଘରକୁ ଯାଇ ଭୋକ ଲାଗୁଛି କହି କିଛି ଖାଇବାକୁ ମାଗିବା ସହ କବାଟ ଖୋଲିବାକୁ କହିଥିଲୋ ବିଳମ୍ୱିତ ରାତି ହୋଇଥିବାରୁ ଭୟରେ କବାଟ ନ ଖୋଲିବାରୁ ବୋମା ପକାଇ ଘର ଉଡାଇ ଦେବୁ ବୋଲି ଧମକ ଦେବାରୁ ବାଧ୍ଯ ହୋଇ କବାଟ ଖୋଲିଥିଲେ। କବାଟ ଖୋଲିବା ପରେ ଆସିଥିବା୬ଜଣ ନକଲି ମାଓବାଦୀ ମାନେ ଘରେ ଜବରଦସ୍ତପଶି ଟଙ୍କା, ସୁନା ଡ଼ାଲି , ଚାଉଳ ଆଦି ସାମଗ୍ରୀ ମାନ ଲୁଟି ନେଇଥିଲେ। ଏନେଇ ପ୍ରମୋଦ ଓ ବିଶ୍ଵନାଥଙ୍କ ପରିବାର ଲୋକେ ଦାରିଙ୍ଗବାଡିଥାନାରେ ଏତଲା ଦେଇଥିଲେ।ଦାରିଙ୍ଗବାଡି ପୋଲିସ ଏ ନେଇ ମାମଲା ରୁଜୁ କରିବା ସହ ତଦନ୍ତ କରି ମାଓବାଦୀ ଗ୍ୟାଙ୍ଗର ୪ଜଣ ନକଲି ମା ଓ ବାଦୀ ଙ୍କୁ ଗିରଫ କରିଥିବା କଥା ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।। ଗିରଫ ୪ ଜଣ ହେଲେ ସିମନବାଡ଼ି ଗ୍ରାମର କୃପା କର ମୁଖି । ଆଲୋକ ରଂଜନ ନାୟକ, ଜେରହ ନାୟକ, ଓ ବାଲିଗୁଡ଼ା ସୀତାପଙ୍ଗ । ଗ୍ରାମର ବଳରାମ ପ୍ରଧାନ । ସେମାନଙ୍କ ନିକଟରୁ ପୋଲିସ ନଗଦ ୧୦ହଜାର ଟଙ୍କା,୧୪ଗ୍ରାମ ସୁନା ଅଳଙ୍କାର, ଗୋଟିଏ ଦେଶୀ ବନ୍ଧୁକ, ଛୁରୀ, ଖଣ୍ଡା, ଆଦି ଜବତ କରିବା ସହ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା କଥା ଏସିଡିପି ଓ ପୂଜାରୀ କହିଛନ୍ତି ।
ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝି, ଓ ଏସଆଇସୋମ୍ୟକାନ୍ତ୍ର ପଣ୍ଡା ମାମଲାର ତଦନ୍ତ କରୁଥିଲେ ।
ବାଲିଗୁଡ଼ା ଏ ସଡିପିଓ ମନୋଜ ପୂଜାରୀଙ୍କ ପ୍ରତ୍ୟକ୍ଷ୍ ତତ୍ତ୍ଵା ବଧାନ ସହ
ଦାରିଙ୍ଗବାଡି ପୋଲିସର ସମୟୋଚିତ ପଦ କ୍ଷେପ ଯୋଗୁଁ ନକଲି ମାଓବାଦୀ ଧରା ପଡିବା ସହ ଲୁଟ ସାମଗ୍ରୀ ମଧ୍ୟଜବତ ହୋଇପାରିଥିବା ଜଣାପଡିଛି ।

related posts

Leave a Comment