Home Breaking News / ତାଜା ଖବର ୨୪ ଘଣ୍ଟାରେ ଚୋର ଧରିଲା ଟିକିରି ପୋଲିସ

୨୪ ଘଣ୍ଟାରେ ଚୋର ଧରିଲା ଟିକିରି ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଏକ ଚୋରି କେଶକୁ ଚବିଶି ଘଣ୍ଟା ନପୁରୁଣୁ ସମାଧାନ କରି ଚୋର ଧରିବାରେ ସଫଳ ହେଇଚି ପୋଲିସ। ଗତ ୧୪ ତାରିଖ ଦିନ ଏକ ଚୋରି କେସ ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅଂଚଳରେ ୭୨/୨୧ ରୁଜୁ ହେଇଥିଲା। ଅଭିଯୋଗ ଥିଲା କି ଉଷପଡା ସ୍ଥିତ ଏକ ପାରସେଲ ଅଫିସରୁ ଡ୍ର ଭାଙ୍ଗି ୭୦ ହଜାର ଟଙ୍କା ଚୋରି ହୋଇଥିବା ଲିଖିତ ହେଇଥିଲା। ସେହି କେସ ର ତଦନ୍ତ କରି ମାତ୍ର ୨୪ ଘଣ୍ଟା ନ ପୁରୁଣୁ ଅଭିଯୁକ୍ତକୁ ଧରି ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୬୯ .୩୦୦ ଜବତ କରି ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ ପଚାରିବାରୁ ତୁମ ପାଖରେ କଣ ପ୍ରମାଣ ଅଛି ବୋଲି ମୁହଁ ଟାଣ ଦେଖାଇଲା ବେଳକୁ ଖାନ ତଲାସୀ କଲାବେଳେ ତାଙ୍କ ପାଖରୁ ଟଙ୍କା ଉଦ୍ଧାର କରାଯାଇଛି। ଜବତ ହୋଇଥିବା ରାଶି କୁ ଅଭିଯୋଗ କାରୀ ଙ୍କୁ ହସ୍ତାନ୍ତର କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ଏତାଦୃଶ ପୋଲିସର ତାତ୍ପରତାକୁ ଭୁରିୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ପୋଲିସ ଉପରୁ ଭରସା ଉଠିଯାଇଥିବା ବିଶ୍ୱାସ ଫେରି ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।

related posts

1 comment

Deepak Kumar majhi June 15, 2021 - 4:43 pm

👍

Reply

Leave a Comment