Home Breaking News / ତାଜା ଖବର ଆର ପାରିରେ ବିନୋଦିନୀ ମହାନ୍ତି :ବିଧାୟକ ଦେବୀ ମିଶ୍ରଙ୍କ ଗଭୀର ଶୋକ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଆର ପାରିରେ ବିନୋଦିନୀ ମହାନ୍ତି :ବିଧାୟକ ଦେବୀ ମିଶ୍ରଙ୍କ ଗଭୀର ଶୋକ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ରଜ ସଂକ୍ରାନ୍ତି ଦିନ ବୁଢ଼ା ମହାନ୍ତିଙ୍କ ଠାରୁ ଖବର ମିଳିଲା ଯେ ବଡମ୍ବା ଖାରଡ଼ର ବିନୋଦିନୀ ମହାନ୍ତି ଆଉ ନାହାନ୍ତି | ସେ କଟକରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୨ଦିନ ତଳେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ପାଇଁ ତାଙ୍କ ପରିବାର ବିଧାୟକ ଦେବୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ | ଏହାପରେ ନୋଡାଲ ଅଧିକାରୀଙ୍କୁ କହିଥିଲେ ଶ୍ରୀ ମିଶ୍ର । ତାଙ୍କ Stability ଆସିଲେ ହିଁ ଅଣାଯାଇପାରିବ ବୋଲି ସେ କହିଥିଲେ। କିନ୍ତୁ କୋଭିଡ ସଙ୍ଗେ ଲଢ଼ି ସେ ପରାହତ ହେଲେ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ପରିବାରକୁ ସମବେଦନା ଜଣାଇଛନ୍ତି ବିଧାୟକ ଶ୍ରୀ ମିଶ୍ର |

ଆଜି ବଡମ୍ବାର ଜଣେ ମିଷ୍ଟାନ୍ନ ନିର୍ମାତା କଟକ ବଡ଼ ଡାକ୍ତରଖାନାରୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ତାଙ୍କ ତଦାରଖ କରିବା ପାଇଁ ପ୍ରଫେସରଙ୍କୁ କହିଛନ୍ତି ଶ୍ରୀ ମିଶ୍ର |
ଆଜି ରଜସଂକ୍ରାନ୍ତିରେ ବି ଟେଷ୍ଟିଂରେ ଗ୍ରାମବାସୀ ଯୋଗ ଦେଇଛନ୍ତି। ନରସିଂହପୁରର ଗୁହାଳସାହିରୁ ୧୦ଜଣ, ସଂଲଗ୍ନ କଠଉଖୋଜାରୁ ୬ଜଣ, ଏକଡାଳ ଓ କୋକଳବାରୁ ୨ଜଣ ଲେଖାଏଁ, ନୂଖାପଡା, ଯୋଡୁମରୁ ଜଣେ ଲେଖାଏଁ ସର୍ଵମୋଟ ୨୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବଡମ୍ବାରେ ଗାଁ Camp ହୋଇନାହିଁ। ବଡମ୍ବା ଡାକ୍ତରଖାନାରୁ ଜ୍ୱର ଚିକିତ୍ସା ପାଇଁ ଆସିଥିବା ଝାଜିଆ, ଜେମାଦେଇପୁର, ବେଲିଆପାଳ ଓ ନାରାୟଣପ୍ରସାଦରୁ ଜଣେ ଲେଖାଏଁ ସର୍ଵମୋଟ ୪ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ନିୟମିତଭାବେ,ଅଂଚଳର ଖବର ଓ ଜନ ସାଧାରଣଙ୍କ ଭଲମନ୍ଦ ଉପରେ ନଜର ରଖିଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର |

related posts

Leave a Comment