Home Breaking News / ତାଜା ଖବର ଫିକା ପଡିଲା ରଜ ପର୍ବ: ଶକ୍ତି ପୀଠ ସିଲ

ଫିକା ପଡିଲା ରଜ ପର୍ବ: ଶକ୍ତି ପୀଠ ସିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ(ଅଭିମନୁମିଶ୍ର):ପ୍ରତେକ ବର୍ଷ ବଡ଼ ଧୁମ ଧାମରେ ଜନସମାଗମ ହୋଇ ପାଳନ ହେଉଥିଲା ରଜ ପର୍ବ ହେଲେ କିନ୍ତୁ ବିଗତ ବର୍ଷ ଓ ଚଳିତ ବର୍ଷ ମହାମାରୀ କରୋନା ର ପ୍ରାଦୁର୍ଭାବ ଯୋଗୁ ତିନିଦିନିଆ ରଜ ପର୍ବ ଆଜି ପଡ଼ିଲା ଫିକା । ଗଞ୍ଜାମ ଜିଲ୍ଲା ର ପୋଲସରା ନିକଟ ମା ସିଂହାସନୀ ଙ୍କ ପୀଠରେ କରୋନା ମହାମାରୀ ଯୋଗୁ ତିନିଦିନିଆ ଓଡ଼ିଶାର ଗଣ ପର୍ବ ରଜ ପର୍ବ ପାଳନ ଉପରେ କଟକଣା ର ଅଙ୍କୁସ ଲଗାଇଛି ପ୍ରଶାସନ । ପରମ୍ପରା ଅନୁସାରେ ପୂଜାପାଠ ସହ ସମସ୍ତ ରୀତିନୀତି ଅନୁସାରେ ରଜ ପର୍ବ ପାଳନ କରାଯାଇଛି । ହେଲେ ମନ୍ଦିର ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ରାସ୍ତା ଓ ମନ୍ଦିର ଚତ୍ରୁପାର୍ଶ୍ଵରେ ବ୍ୟାରିକେଡ ନିର୍ମାଣ କରାଯାଇ ସିଲ କରାଯାଇଛି । ରାମ୍ପୁଡି ନିରାଶପଲ୍ଲୀ ରାସ୍ତା ସମେତ କସିପଡା ରେ ଥିବା ତୋରଣ ରାସ୍ତା କୁ ମଧ୍ୟ ସିଲ କରାଯାଇଛି । ମା” ସିଂହାସନୀ କମିଟି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସହିତ ପ୍ରଶାସନିକ ଅଧିକାରୀ ଛତ୍ରପୁର ଉପଜିଲ୍ଲାପାଳ ଓ ପୁରୁଷୋତ୍ତମ ପୁର ଏସ୍ଡିପିଓ , ବିଡିଓ, ତହସିଲଦାର, ଥାନା ଅଧିକାରୀ ଓ ମନ୍ଦିର କମିଟି ଉପସ୍ଥିତ ରହି ଆଜି ମନ୍ଦିର ର ରଜ ପର୍ବ ର ପୂଜା ଅର୍ଚ୍ଚନା ର ରୀତିନୀତି ସମ୍ପର୍କରେ ଆଲୋଚନା କରିଥିଲେ।।

related posts

1 comment

Deepak Kumar majhi June 15, 2021 - 4:44 pm

👍

Reply

Leave a Comment