Home Breaking News / ତାଜା ଖବର ବ୍ରହ୍ମଗିରିରେ ଭୋକିଲା ପେଟକୁ ଆହାର ଯୋଗାଉଛନ୍ତି ସ୍ୱେଚ୍ଛାସେବୀ ସଂଗଠନ

ବ୍ରହ୍ମଗିରିରେ ଭୋକିଲା ପେଟକୁ ଆହାର ଯୋଗାଉଛନ୍ତି ସ୍ୱେଚ୍ଛାସେବୀ ସଂଗଠନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ରାଜ୍ୟରେ ଜୁନୁ 17 ପର୍ଯ୍ୟନ୍ତ ଲକ ଡାଇଉନୁ ବଳବତ୍ତର ରହିଥିବା ବେଳେ । ଅନେକ ସ୍ଥାନରେ ଏଭଳି ଦୃଶ୍ୟ ଆଗକୁ ଆସିଛି, ଯାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଭୋକର ଭୁଗଳ ଭିତରେ ରହିଥିବା ମଣିଷ ନିରୂପାଅ ହୋଇ ମୁଠାଏ ଆହାର ପାଇଁ ଡ଼ହକ ବିକଳ ହେଉଥିବା ବେଳେ, ଅନେକ ସ୍ଥାନରେ ସ୍ୱେଚ୍ଛାସେବୀ ସଂଗଠନମାନେ ଅଣ୍ଟା ଭିଡିଛନ୍ତି । ବ୍ରହ୍ମଗିରିରେ ମଧ୍ୟ ଗୋପବନ୍ଧୁ ସେବା ସଂଘ ଭୋକିଲା ଙ୍କ ପେଟକୁ ଆହାର ଯୋଗାଇବା ପାଇଁ ଅଣ୍ଟାଭିଡ଼ିଛି । ବ୍ରହ୍ମଗିରି ବଜାର ସମେତ ଯେଉଁଠୁ ଖବର ମିଳୁଛି ।ବାଇକି ଧରି ସଂଘର କର୍ମକର୍ତା ମାନେ ବାହାରି ଆସୁଛନ୍ତି । ପଶୁ,ପକ୍ଷୀ ସମସ୍ତଙ୍କୁ ଆହାର ଯୋଗାଇ ଆଜି ମାନବିକତାର ଉଦାହରଣ ସାଜିଛି ଗୋପବନ୍ଧୁ ସେବାସଂଘ। ସଂଘର ସଭାପତି ନଳିନୀ କାନ୍ତ ଭୂୟାଁ ଓ ସମ୍ପାଦକ ଦେବାନନ୍ଦ ବେହେରାଙ୍କ ନେତ୍ରୁତ୍ୱ ରେ ପ୍ରତେକ ଦିନ ଏଭଳି ଭୋକିଲା ଙ୍କ ପାଇଁ ଆହାର ବଣ୍ଟନ କରୁଛିନ୍ତି ।ଗତକାଲି ମଧ୍ୟ ଆମେ ଦେଖିଛୁ ବ୍ରହ୍ମଗିରି ବଜାରରେ ବର୍ଷାରେ ଭିଜି ଭୋକିଲଙ୍କୁ ଖାଦ୍ୟ ବଣ୍ଟନ କରୁଥିବାର ଦୃଶ୍ୟ ।ଏହି ଯୁବକ ମାନେ , ନିଜ ପରିବାର ରୁ କିଛି ଅଥ ଆଦାୟ କରି ଏଭଳି କାର୍ୟ୍ଯକରି ବେଶେ ଖୁସି ଅନୁଭବ କରନ୍ତି ସଂଘର କର୍ମକର୍ତା ମାନେ ।

related posts

1 comment

Deepak Kumar majhi June 15, 2021 - 4:34 pm

👍

Reply

Leave a Comment