Home Breaking News / ତାଜା ଖବର ସେନା ପକ୍ଷରୁ ତୋପ ସଲାମି: ସହିଦ ସଞ୍ଜୟଙ୍କ ଶେଷ କୃତ୍ୟ ସଂପନ୍ନ

ସେନା ପକ୍ଷରୁ ତୋପ ସଲାମି: ସହିଦ ସଞ୍ଜୟଙ୍କ ଶେଷ କୃତ୍ୟ ସଂପନ୍ନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଶ୍ରୀନଗର ଠାରେ କାର୍ଯ୍ୟରତ ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମଙ୍ଗଳବାର ନିଜ ଜନ୍ମଭୂମି ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ସୁଚନା ମୁତାବକ ରବିବାର ଶ୍ରୀନଗର ଠାରେ କାର୍ଯ୍ୟରତ ସମୟରେ ତାଙ୍କର ହୁଦଘାତରେ ମୃତ୍ୟୁ ବରଣ କରିଥିଲେ।ସେନା ତରଫରୁ ତାଙ୍କ ମରଶରୀର ନେଇ ତାଙ୍କ ରାଇକିଆ ବ୍ଲକ୍ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ବାଗାରାମା ଗ୍ରାମରେ ମଙ୍ଗଳବାର ସକାଳୁ ପହଞ୍ଚି ଥିଲେ।ସେଠାରେ ସେନା ପକ୍ଷରୁ ସହିଦ ସଞ୍ଜୟ କୁମାର ପ୍ରଧାନଙ୍କୁ ଗାଡ଼ ଅଫ୍ ଅନର୍ ଦେଇ ଶେଷ ତୋପ ସଲାମୀ ଦିଆଯାଇଛି।ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ବିଡ଼ିଓ, ପୋଲିସ ପ୍ରଶାସନ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi June 15, 2021 - 4:33 pm

Salute👍

Reply

Leave a Comment