Home Breaking News / ତାଜା ଖବର କରୋନା ସଚେତନତା ରଥର ଶୁଭାରମ୍ଭ କଲେ ବିଡ଼ିଓ

କରୋନା ସଚେତନତା ରଥର ଶୁଭାରମ୍ଭ କଲେ ବିଡ଼ିଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବ କିଶୋର ସାହୁ): ବିଶ୍ୱ ଏବେ ମହାମାରୀ କରୋନା ରେ ପ୍ରଭାବିତ ଅଛି ।କଙ୍କଡାହାଡ଼ ବ୍ଲକର ଜନସାଧାରଣଙ୍କୁ ମହାମାରୀ କରୋନା ସମ୍ବନ୍ଧରେ ସଚେତନ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଦୁଇଟି ସଚେତନତା ରଥ ଶୁଭାରମ୍ଭ କରିଛନ୍ତି କଙ୍କଡାହାଡ଼ ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ର ।ଏହି ସଚେତନତା ରଥ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ଓ NGO(ଏନଜିଓ) FES(ଏଫଇଏସ) ସହଭାଗିତାରେ କାର୍ୟ୍ଯକ୍ଷେମ କରାଯାଇଅଛି ।ଏହି ରଥ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ବ୍ଲକର ୨୧ ଟି ପଞ୍ଚାୟତ ରେ ଗାଁ ରେ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ କରୋନା ଟିକା ନେବା ଓ ପରୀକ୍ଷା କରିବା ଉପରେ ସ୍ୱେଚ୍ଛାସେବୀ ମାନେ ସଚେତନ କରିବେ ।ଏହି କାର୍ଯ୍ୟକ୍ରମ ରେ ଏଫଇଏସ(FES) ର ୨୧ ଟି ପଞ୍ଚାୟତ ସ୍ୱେଚ୍ଛାସେବୀ ଏହି ଏନଜିଓ ମୁଖ୍ୟ ଦାଉଆ ପି ସେରପା ଉପସ୍ଥିତ ଥିଲେ ।

related posts

Leave a Comment