Home Breaking News / ତାଜା ଖବର ଜୁଆ ଆଡ୍ଡା ଉପରେ ଚଢ଼ଉ: ୮ ଜଣ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ଉ: ୮ ଜଣ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚୌଦ୍ୱାର(ଅରୁଣ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ଵର ମନ୍ଦିର ର ପଛପଟେ ପହଲି ରଜ ରେ ଚାଲିଥିଲା ଜୁଆ ଖେଳ ର ଆସର | ଚୌଦ୍ୱାର ଥାନା ଆଇଆଇସି ବିରଂଚି ନାରାୟଣ ପତି ଏ ବିଷୟ ରେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ତାଙ୍କ ନିର୍ଦେଶ କ୍ରମେ ଏସ .ଆଇ ପାର୍ଥ ପ୍ରତିମ ବେଉରା ଥାନା ଟିମ ସହ ପ୍ରାୟ ରାତି ୯.୪୦ ମିନିଟ ସମୟ ରେ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ | ଏକ ଜରି ପାଲ ପକାଇ ଚାଲିଥିଲା ଜୁଆ ଖେଳ , ପୋଲିସ ହଠାତ ଚଢ଼ାଉ କରି ୮ ଜଣ ଜୁଆ ଖେଳାଳି ଙ୍କୁ ଅଟକ ରଖି ଏକ କେଶ ରୁଜୁ କରି ଘଟଣା ର ଅଧିକ ତଦନ୍ତ ଜlରି ରଖିଛନ୍ତି | ଏହି ବ୍ୟକ୍ତି ମାନେ ଆଗ୍ରାହାଟ ଓ ଆଖପାଖ ଅଂଚଳ ର ବୋଲି ଜଣାପଡିଛି | ଉକ୍ତ ଜୁଆ ଆଡ୍ଡା ରୁ ଏକ ତାସ ବଂଡଲ , ନଗଦ ୧୦ ହଜାର ୩୩୦ ଟଙ୍କା , ୩ ଟି ମୋଟରସାଇକେଲ , ଜବତ କରିଥିବା , ଏ ନେଇ ଥାନା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ସୂଚନା ଦିଆଯାଇଛି |

related posts

1 comment

Deepak Kumar majhi June 15, 2021 - 4:44 pm

👍

Reply

Leave a Comment