Home Breaking News / ତାଜା ଖବର କରୋନା ବିଶ୍ୱକୁ ମନେ ପକେଇ ଦେଇଛି ପୁରୁଣା ପରମ୍ପରାକୁ

କରୋନା ବିଶ୍ୱକୁ ମନେ ପକେଇ ଦେଇଛି ପୁରୁଣା ପରମ୍ପରାକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ସାରା ବିଶ୍ୱରେ କରୋନା ମହାମାରୀ ନିଜ ଗ୍ରାସକୁ ନେଇ ଜନ ସମୁଦାୟକୁ ଏକ ପ୍ରକାର ଆତଙ୍କିତ କରି ରଖିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରାୟ ୨୨୧ ଦେଶ ରେ ବ୍ୟାପି ଜନ ମାନସକୁସମ୍ପୂର୍ଣ ଭାବରେ ଅସ୍ତବ୍ୟସ୍ତ କରିସାରିଛି। ଏହି ରୋଗରେ ଲକ୍ଷାଧିକ ଲୋକମୃତ୍ୟୁ ମୁଖରେ ପଡିଥିବା ବେଳେ କୋଟି କୋଟି ଲୋକ ଏଥିରେ ପ୍ରଭାବିତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହି ମହାମାରିରୁ ରକ୍ଷା ପାଇବା ପାଇଁ ଯେଉଁ ସବୁ ନିୟମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁ ଏଚ ଓ) ପାଳନ କରିବାକୁ କହୁଛି ତାହା ଭାରତ ବହୁ ପୁରାତନ ଅର୍ଥାତ ଆବହମାନ କାଳରୁ ପାଳନ କରି ଆସୁଥିଲା। ତାହା ଭାରତରେ ଉଗ୍ର ଆଧୁନିକ ବାଦକ ଓ ବିଦେଶୀ ପ୍ରେମୀମାନେ ଅନ୍ଧ ବିଶ୍ୱାସ କୁ ସଂସ୍କାର କହି ଲୋକଙ୍କ ମନରୁ କାଢି ଦେଇ ଉଗ୍ର ଆଧୁନିକ ବାଦ କୁ ଭରି ଦେଇଥିବା ଶିକ୍ଷିତ ସମାଜ ଏବେ ସେହି ଅନ୍ଧ ବିଶ୍ୱାସ ଓ ପୁରୁଣା ସଂସ୍କୃତିକୁ ଆଚାର ପଦ୍ଧତି କୁ ପ୍ରଚଳିତ କରିବାକୁ ଲାଗି ପଡିଛି।

ସେଗୁଡିକ ହେଲା ମଣିଷକୁ ମଣିଷ ନ ଛୁଇଁବା, ଶାରୀରିକ ଦୂରତା ରଖିବା, ଚିହ୍ନା ଜଣା ନ ଥିବା ଲୋକ କିମ୍ବା ଘରେ ଭୋଜନ ନକରିବା ଏପରିକି ଜଳ ମଧ୍ୟ ସ୍ବର୍ତ୍ସ ନକରିବା, ଘରରୁ ବାହାରକୁ ଗଲେ ଗୋଡ ହାତ ଧୋଇବା ଲୁଗା ପଟା ସବୁ ଧୋଇକି ଗୃହରେ ପ୍ରବେଶ କରିବା, ହାତ ଓ ପାଦ ଧୋଇ ଭୋଜନ କରିବା, ଭୋଜନ ସମୟରେ ଭଗବାନଙ୍କୁ ଅର୍ପଣ କରି ଭୋଜନ କରିବା ଯଦି ବୁଟି କୁ ଫୁଟାଇ କଢା କରି ସେବନ କରିବା ଭଳି ଅନେକ ପ୍ରକାର ନିୟମ ଯାହାକୁ ଅନୁସରଣ କରିବାକୁ ସାରା ବିଶ୍ୱର ବୈଜ୍ଞାନିକ ମାନେ କହୁଛନ୍ତି ତାହା କୁଏକଦା ସମୂଳେ ବିଲୁପ୍ତ କରିବା ଏହି ଆଧୁନିକ ମାନବ ସମାଜ ଚେଷ୍ଟା କରି ଅସୁଥୁଲା ତାହା ପୁନଃ ପ୍ରଚଳନ କଲେ ମନାଵ ସମାଜ ସୁରକ୍ଷିତ ରହିବ ବୋଲି କହୁଛି। ଯେଉଁ କରେଂଟାଇନ ରହିବା ଅର୍ଥ ପୃଥକ ବାସ ରହିବା ପାଇଁ କୁହାଯାଉଛି ତାହା ଆମର ଭାରତୀୟ ଜୀବନ ଶୈଳୀରେ ଆଗରୁ ଚାଲିଛି ଯେପରି ମହିଳାମାନଙ୍କ ମାସିକ ଧର୍ମ ହେଲେ, କେହି ମୃତାହତ ହେଲେ ,ପ୍ରସବ ସମୟରେ ପୃଥକ ବାସ କରନ୍ତି ତାଙ୍କୁ କେହି ଛୁନ୍ତି ନାହିଁ ତାଙ୍କ ପାଇଁ ସ୍ୱତନ୍ତ୍ର ରହିବା ଖାଇବା ଶୋଇବା ପାଇଁ ନିୟମ କରାଯାଇଛି।

ଏହି ବିଷୟରେ ବେଶ ପରିଚିତ ଆମ ପରମ୍ପରା ଯେପରି ପୂଜନ ସମୟରେସ୍ଥାନ ଶୁଦ୍ଧି ଶରୀର ଶୁଦ୍ଧି ବାକ୍ୟ ଶୁଦ୍ଧି ଭଳି ପରିବେଶ ଭାରତୀୟ ସଂସ୍କୃତି ବସୁଧାଇବ କୁଟୁମ୍ବକମ ନାରେ ମାନଵ ସମାଜ ର ଏକ ନିତ୍ୟ ବ୍ୟବହାର୍ଯ୍ୟ ନିୟମ କରାଯାଇଥିଲା ତାହା ମାତ୍ର ଭାରତ ପାଇଁ ନୁହେଁ ତାହା ସାରା ବିଶ୍ୱପାଇଁ ବୋଲି ସ୍ୱୀକାର କରିଛି । ଯେପରି ହାତ ମିଶାଇ ଅଭିବାଦନ କରିବା ଦ୍ୱାରା ମହାମାରି ବ୍ୟାପିବ ଅଭିବାଦନ କରିବାର ସରଳ ଓ ପୁରାତନ ଉପାୟ ହେଲା କରପତ୍ର ଯୋଡି ନମସ୍କାର କରିବା। ବଡ ବଡ ସାଂସ୍କୃତିକ ବିଶେଷଜ୍ଞମାନେ କହିଛନ୍ତି କି ଯଦି ଧାରା ପୃଷ୍ଠରେ ନିରୋଗୀ ଓ ଦୀର୍ଘାୟୁ ହେବାକୁ ମଣିଷ ଚାହେଁ ତାହେଲେ ଭାରତୀୟ ପୁରୁଣା ପରମ୍ପରାକୁ ନେଇ ମାନି ଚାଲିଲେ ସମାଜ ସୁରକ୍ଷିତ ହେବ ନଚେତ ମାନବ ସମାଜ ଲୁପ୍ତ ହେଇଯିବ। ଆଗ କାଳର ଶିକ୍ଷା ଖାଦ୍ୟ ରହିବା ଚାଲିବା ଦିନ ଚାରୀଆ ଋତୁ ଚାରୀଆ ଅତି ଉତ୍ତମ ଓ ଯୁଗ ଉପଯୋଗୀ ଥିଲା। କହିଛନ୍ତିକି ଯିଏ ମାନି ନାହିଁ ସେହିଭଳି ଅନେକ ପ୍ରାଣୀ ଲୁପ୍ତ ହେବାର ସନ୍ଦେଶ ଜ୍ଞାନୀମାନେ ପାଇ ସାରିଛନ୍ତି । ତେଣୁ ବୁଦ୍ଧିଜୀବୀ ଓ ବିଦ୍ୱାନ ମାନଙ୍କ ମତ ଆଗକାଳରେ ଯେଉଁ ମୁନି ଋଷି ମାନେ ଏବର ବୈଜ୍ଞାନକଙ୍କ ଠାରୁ କେତେ ଅଧିକ ଦୁରଦର୍ଶୀ ଥିଲେ ତାହା ସହଜରେ ଅନୁମେୟ। ତେଣୁ ଦିନେ ଭାରତ ବିଶ୍ୱ ଗୁରୁର ମାନ୍ୟତ ପାଇଥିଲା ଏବେବି ଏହାର ଝଲକ ସାରା ମନାଵ ସମାଜ ଉପରେ ପଡିଛି।

related posts

1 comment

Deepak Kumar majhi June 15, 2021 - 4:35 pm

👍

Reply

Leave a Comment