Home Breaking News / ତାଜା ଖବର କଂଗ୍ରେସ ଦଳ ପକ୍ଷରୁ ମାସ୍କ ବଣ୍ଟନ

କଂଗ୍ରେସ ଦଳ ପକ୍ଷରୁ ମାସ୍କ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ବୋରିଗୁମ୍ମା କଂଗ୍ରେସ ଦଳ ପକ୍ଷରୁ ବୋରିଗୁମ୍ମା ସହରରେ ମାସ୍କ ବଣ୍ଟନ କରାଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି ଙ୍କ ନିର୍ଦେଶ କ୍ରମେ ବୋରିଗୁମ୍ମା ସହର ସମେତ ବ୍ଳକ ର ଅନାନ୍ୟ ପଞ୍ଚାୟତ ମାନଙ୍କରେ ମାସ୍କ ବଣ୍ଟନ କରାଯାଇଥିଲା। ବିଧାୟକ ପ୍ରତିନିଧି ସଭାପତି ଅଶୋକ କୁମାର ଗନ୍ତାୟତ ଙ୍କ ସଭାପତିତ୍ୱ ରେ ବୋରିଗୁମ୍ମା ସହରରେ ମାସ୍କ ବଣ୍ଟନ କରାଯାଇଥିଲା। ଜାତୀୟ ରାଜପଥ ରେ ଯିବାଆସିବା କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଏଥିସହ ଲୋକ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଘରୁ ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବା ପାଇଁ କହିଥିଲେ। ମାସ୍କ ବଣ୍ଟନ ସମୟରେ କଂଗ୍ରେସ କର୍ମୀ ତଥା ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ, କେ.ସୁଧାକର, ତପନ ଦାସ,ସୁରେଶ ରାଉତ, ବିଟୁ ପଣ୍ଡା, ଶ୍ରୀନିବାସ, ପ୍ରମୁଖ ଏହି କାର୍ଯ୍ୟକ୍ରମ ଉପସ୍ଥିତ ରହି ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ।

related posts

1 comment

Deepak Kumar majhi June 15, 2021 - 4:45 pm

👍

Reply

Leave a Comment