Home Breaking News / ତାଜା ଖବର 12ଟି ଦିଆସିଲି କାଠିରେ କୁନି ରଥ

12ଟି ଦିଆସିଲି କାଠିରେ କୁନି ରଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): କୋଭିଡ ପାଇଁ ପୁରୀ ବ୍ୟତିତ ଅନ୍ୟ କେଉଁଠି ବି ହେବନି ରଥଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ହେବ ଭକ୍ତଶୂନ୍ୟ । ଗତ ବର୍ଷ ଭଳି ଚଳିତ ବର୍ଷ ବି ବଡଦାଣ୍ଡରେ ରଥକୁ ଚର୍ମଚକ୍ଷୁରେ ଦେଖିବାକୁ ମିଳିବନି ସୁଯୋଗ । ଏଇଥିପାଇଁ ନିଜ ଘରେ ଏକ କୁନି ରଥ କରିଛନ୍ତି ଜଣେ ଜଗନ୍ନାଥ ପ୍ରେମୀ ।ଦିଆସିଲି କାଠିରେ କୁନି ରଥ ଗଢିଛନ୍ତି କଟକ ଖାନ ନଗରର 17 ବର୍ଷୀୟ ସ୍ମୃତି ରଞ୍ଜନ । ରଥରେ ଚକ ଓ ଦଉଡି ଲାଗିଥିଲା ବେଳେ ଉଡୁଛି ବାନା ।ଏଥିରେ 12ଟି ଦିଆସିଲି କାଠି ବ୍ୟବହାର ହୋଇଥିବା ବେଳେ ଏହାର ଉଚ୍ଚତା 2.7 ଇଞ୍ଚ ।କଟକ ଖାନ ନଗର ଛକରେ ରହୁଥିବା ସୁବାସ ମହାନ୍ତି ଓ ଅଳକା ମହାନ୍ତି ଙ୍କ ପୁଅ ସ୍ମୃତି । ପିଲା ବେଳୁ ତାଙ୍କର କଳା ପ୍ରତି ଦୁର୍ବଳତା ରହିଆସିଛି । କିନ୍ତୁ କୁନି ରଥ ନିର୍ମାଣ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।ପିତା ମାତାଙ୍କ କହିବାନୁଯାୟୀ, ପୁଅର କାଳିଆ ସାଆନ୍ତଙ୍କ ପ୍ରତି ପ୍ରେମ ପିଲା ବେଳୁ ରହିଛି । ଆଉ ବର୍ତ୍ତମାନ ଯେଉଁ ରଥ ସେ ନିର୍ମାଣ କରୁଛି ତାହାକୁ ମଧ୍ୟ ସ୍ୱୟଂ ପ୍ରଭୁ ସାହା ।ଗତ ବର୍ଷ ରଥଯାତ୍ରା ସମୟରେ ଯେତେବେଳେ ସାଧାରଣ ଦର୍ଶନ ବନ୍ଦ ରହିଲା ସେତେବେଳେ ନିଜକୁ ଆଉ ସମ୍ଭାଳିପାରି ନଥିଲେ ସେ । ଆଉ ଗଢିବା ଆରମ୍ଭ କରିଥିଲେ କୁନି ରଥ । ଆଉ କାଳିଆ ସାଆନ୍ତ କୁ ସେହି ରଥ ରେ ବିରାଜମାନ କରି ଟାଣିଥିଲେ। ସେହିଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ କାମ ଜାରି ରହିଛି । ଦିଆସିଲି କାଠି ସଂଗ୍ରହ କରି ନିଖୁଣ ଭାବରେ ରଥ ତିଆରି କରୁଛନ୍ତି ସେ । ତେବେ ତାଙ୍କର ଏହି ଭକ୍ତି ଅନ୍ୟ ମାନଙ୍କ ପାଇଁ ସାଜିଛି ପ୍ରେରଣା ।ଦିଆସିଲି କାଠିରେ ରଥ ନିର୍ମାଣ ଆପଣ ଆଗରୁ ବହୁତ ଦେଖିଥିବେ , କିନ୍ତୁ ଭଗବାନ ଓ ଭକ୍ତ ମଧ୍ୟରେ ସମ୍ପର୍କ ତାର ଭାବନାରେ ପ୍ରସ୍ପୁଟିତ । ଆଉ ସେହି ଭାବନାକୁ ରୂପ ଦେଇ ଭଗବାନ ସାନିଧ୍ୟ ଅପେକ୍ଷାରେ ସ୍ମୃତି

related posts

1 comment

Deepak Kumar majhi June 15, 2021 - 4:33 pm

Wow👏👏👏

Reply

Leave a Comment