Home Breaking News / ତାଜା ଖବର ଆମେରିକାରେ ରହୁଥିବା ପୁଅ ଗାଁ ଲୋକଙ୍କ ପାଇଁ ପଠାଇଲେ କରୋନା ସହାୟତା

ଆମେରିକାରେ ରହୁଥିବା ପୁଅ ଗାଁ ଲୋକଙ୍କ ପାଇଁ ପଠାଇଲେ କରୋନା ସହାୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର:ବିଶ୍ୱ ମହାମାରୀ କରୋନା କବଳରେ ସମଗ୍ର ବିଶ୍ୱ କବଳୀୟ ହୋଇଥିବା ବେଳେ ସରକାରୀ ସ୍ତରରେ ତତ୍ପରେ ଦେଖା ଦେଇଛି ।ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ସମୟରେ ସ୍ବେଚ୍ଛାସେବୀ ଓ ବ୍ୟକ୍ତି ବିଶେଷ ସାହାଯ୍ୟ କରୁଛନ୍ତି ।ସେହିପରି ଆଜି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ଗାଁର ବିଚିତ୍ର।ନନ୍ଦ ସ୍ୱାଇଁଙ୍କ ପୁଅ ବିଦ୍ୟାଧର ସ୍ୱାଇଁ ଆମେରିକାରେ ରୁହନ୍ତି ।ସେଠାରେ ରହି ମଧ୍ୟ ଗାଁ ଲୋକଙ୍କ ଚିନ୍ତା କରିଛନ୍ତି ଆଉ କରୋନା କାଳରେ ଲୋକଙ୍କ ସୁରକ୍ଷା ପାଇଁ ଭିଟାମିନି ଟାଵଲେଟ,ମାସ୍କ ,ସାନିଟାଇଜର ଭଳି ସାମଗ୍ରୀ ଲୋକଙ୍କ ପାଇଁ ପଠାଇଛନ୍ତି ।ଆଜି ଗାଁ ସଭାପତି ଅଲେଖ ଚନ୍ଦ୍ର ଖୁଣ୍ଟିଆ ଓ ସମ୍ପାଦକ ଗଙ୍ଗାଧର ସ୍ୱାଇଁ ମୁଖ୍ୟ ଭାବରେ ରହି ଏହି ସବୁ ବଣ୍ଟନ କରିଥିଲେ ।ଗ୍ରାମର ହରିଜନ ସାହିରୁ ଆରମ୍ଭ ହୋଇ ଗାଁରେ ଶେଷ କରିଥିଲେ ବଣ୍ଟନ ।ଗାଁର ମୀନକେତନ ସ୍ୱାଇଁ,ଦୀନେଶ୍ ଖୁଣ୍ଟିଆ, ସୁବ୍ରତ କୁମାର ସ୍ବାଇଁ, ମହେଶ୍ୱର ମଲ୍ଲିକ୍, ସୁକଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

related posts

1 comment

Deepak Kumar majhi June 15, 2021 - 4:42 pm

👍

Reply

Leave a Comment