Home Breaking News / ତାଜା ଖବର ଓଡିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଓଡିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ଦକ୍ଷିଣା ରେ ପରିବାର ଚଳେ ।ସମସ୍ତ ଧାର୍ମିକ ମନ୍ଦିର ବନ୍ଦ ହେତୁ ଭକ୍ତ ମାନେ ମନ୍ଦିର ଆସୁନାହାନ୍ତି |ସେବାୟତ ଙ୍କ ଜୀବନ ଏବେ କଷ୍ଟଦାୟକ ଅବସ୍ଥା ଦେଇ ଗତିକରୁଥିବା ସମୟ ରେ, ସହଯୋଗର ହାତ ବଢେଇଛନ୍ତି ଓଡିଶା ମନ୍ଦିର ସେବାୟତ ସଙ୍ଘ ।।ଓଡିଶା ମନ୍ଦିର ସେବାୟତ ସଙ୍ଘ ସହଯୋଗରେ ପିପିଲି ପତିତପାବନ ମନ୍ଦିର ଦଶ ଜଣ, ଦାଣ୍ଡ ମୁକୁନ୍ଦପୁର ଗୋପାଳ ମନ୍ଦିର ପନ୍ଦର ଜଣ, ଉତରାୟଣୀ ମନ୍ଦିର ସାତଶଂଖର ୬ଜଣ, ସାକ୍ଷୀଗୋପାଳ ମନ୍ଦିର ପନ୍ଦର ଜଣ, ସିରୁଣୀ ମହାବୀର ମନ୍ଦିର ପଚିଶ ଜଣ, ବ୍ରହ୍ମଗିରି ଅଲରାନାଥ ମନ୍ଦିର ବତିଶ ଜଣ, ବାଟ ମଙ୍ଗଳା ମନ୍ଦିର ଦଶ ଜଣ, କାକଟପୁର ମନ୍ଦିର ତିରିଶ ଜଣ ସେବାୟତଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି |କାଯ୍ୟକ୍ରମ ରେ ଆଦିତ୍ୟ ବାହିନୀ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ରାଜ୍ୟ ସମ୍ପାଦକ ସିଂହାରି ଆଲୋକ ଖୁଣ୍ଟିଆ,ସଚେତକ ସୁବାସ ମିଶ୍ର, ସଦସ୍ୟ ସୁଦର୍ଶନ ମିଶ୍ର ଏବଂ ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନର ପରିଚାଳନା କରିଥିଲେ |

related posts

1 comment

Deepak Kumar majhi June 15, 2021 - 4:36 pm

👍

Reply

Leave a Comment