Home Breaking News / ତାଜା ଖବର VHP ଓ ଶ୍ରୀମଦ ଭାଗବତ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

VHP ଓ ଶ୍ରୀମଦ ଭାଗବତ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଆଳଙ୍ଗପୁର ର ଶ୍ରୀମଦ ଭାଗବତ ପ୍ରଚାର ସମିତି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମିତି ପକ୍ଷରୁ ବ୍ଳକ୍ ଅଞ୍ଚଳର କରଞ୍ଜପୁର ସ୍ଥିତ ମଙ୍ଗୁଳେଶ୍ୱର ମନ୍ଦିର ପ୍ରଙ୍ଗଣଠାରେ ଆଳଙ୍ଗପୁର ଗ୍ରାମ ପଞ୍ଚାୟତର ପ୍ରାୟ ୫୦ଗୋଟି ପରିବାରକୁ ପ୍ରତ୍ୟେକ ଅଟା ୫ କିଲୋ,ଡାଲି ୧କିଲୋ,ଚିନି ୧ କିଲୋ,ଚୁଡା ୨କିଲୋ,ସୁଜି ୧କିଲୋ,ଖାଇବା ତେଲ,ଆଳୁ,ବିସ୍କୁଟ୍,ସାବୁନ ଓ ମାସ୍କ ପ୍ରଭୃତି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମଦ୍ ଭାଗବତ ପ୍ରଚାର ସମିତି ପକ୍ଷରୁ ସଭାପତି ପ୍ରଶାନ୍ତ ଭୋଳ,ପବିତ୍ର କୁମାର ସ୍ୱାଇଁ,ବିଶ୍ୱହିନ୍ଦୁ ପରିଷଦ ଉପ-ସଭାପତି ମହେଶ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କରନା ସମୟରେ ଗରିବ ପରିବାର ପାଇଁ କିଛି ସାହାଯ୍ୟ କରିବାକୁ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ନିବେଦନ କରାଯାଇଛି |

related posts

2 comments

Deepak Kumar majhi June 15, 2021 - 4:39 pm

👍

Reply
Times One Odia June 16, 2021 - 6:26 am

thanks

Reply

Leave a Comment