Home Breaking News / ତାଜା ଖବର କୁକୁର କାମୁଡ଼ାରେ ହରିଣ ମୃତ

କୁକୁର କାମୁଡ଼ାରେ ହରିଣ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବଡ଼ଭୂଇଁ ଗ୍ରାମ ପଞ୍ଚାୟତ ର ଜୟପୁର ଗ୍ରାମରେ ଦେଖିବାକୁ ମିଳୁଛି ଏକ ଅଭାବନୀୟ ଘଟଣା।କୁକୁର କାମୁଡ଼ାରେ ଗୋଟିଏ ହରିଣର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ଜୟପୁର ଗ୍ରାମ ଟି ପାହାଡ ପାଖରେ ଥିବାରୁ ହରିଣ ଟି ଗ୍ରାମ ଭିତରକୁ ପଶି ଆସିଥିଲା।ବୁଲା କୁକୁର ଗୁଡିକ ହରିଣ ଟିକୁ କାମୁଡି କ୍ଷତ ବିକ୍ଷତ କରି ଦେଇଥିଲେ।ଗୁରୁତର ଅବସ୍ଥାରେ ହରିଣ କୁ ଗ୍ରାମବାସୀ ଏବଂ ବନ ବିଭାଗର କର୍ମଚାରୀ ଉଦ୍ଧାର କରି ଜୟପୁର ଗ୍ରାମରେ ଥିବା ପଶ୍ଚିମାଞ୍ଚଳ ବନବିଭାଗର ବିଟ ହାଉସ କୁ ନେଇଥିଲେ।ସେଠାରେ ପ୍ରାଣୀ ଚିକିତ୍ସକ ହରିଣକୁ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ହରିଣ କୁ ବଞ୍ଚାଇ ପାରିନଥିଲେ।ହରିଣର ଶବ ବ୍ୟବଚ୍ଛେଦ କରାଯିବା ପରେ ବିଟ ହାଉସ ନିକଟରେ ମୃତ ହରିଣକୁ ପୋତି ଦିଆଯାଇଥିଲା।ପଶ୍ଚିମାଞ୍ଚଳ ରେଞ୍ଜର ଅଶୋକ କୁମାର ବେହେରା ଙ୍କୁ ପଚାରିବାରୁ ହରିଣ ଟିର ବୟସ ତିନିବର୍ଷ ବୋଲି କହିଥିଲେ।

related posts

1 comment

Deepak Kumar majhi June 15, 2021 - 4:44 pm

👍

Reply

Leave a Comment